ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ଅନୁପ ସାଏ।

0

ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଆନ୍ତରୀଣ ଜାମିନରେ ଅଛନ୍ତି ପୂର୍ବତନ ଏମଏଲଏ। 

ଝାରସୁଗୁଡ଼ା : (ସୁଭାଷ ସହାରେ) – ବ୍ରଜରାଜନଗରର ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ସ୍ବାସ୍ଥ୍ୟ ପୁଣି ଥରେ ବିଗିଡ଼ିବାରୁ ଛତିଶଗଡ଼ର ରାୟଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋରୋନା ସଂକ୍ରମଣରୁ ସୁସ୍ଥ  ହେବା ପରେ,ସାଏଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ି ଯିବାରୁ ଗତ ସେପ୍ଟେମ୍ବର ୨୫ ରୁ  ସେ ଦୁଇମାସ ପାଇଁ ଅନ୍ତରୀମ ଜାମିନରେ ଥିଲେ।  ତିନି ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ଅନୁପ ସାଏ ଗତ ଫେବୃଆରୀ ମାସରେ ଏକ ଡବଲ ମର୍ଡର କେସରେ ଅଭିଯୁକ୍ତ ହୋଇ ଛତିଶଗଡ଼ର ଏକ ଜେଲରେ ବନ୍ଦୀ ହୋଇ ଅଛନ୍ତି। ହତ୍ୟା ହୋଇଥିବା ମା ଓ ଝିଅ ଦୁଇଜଣଙ୍କ ମୃତଦେହ ଛତିଶଗଡ଼ ପୋଲିସ ରାୟଗଡ଼ର ଏକ ଜଙ୍ଗଲରେ ୨୦୧୬ ରେ ଠାବ କରିଥିଲା।

Leave A Reply

Your email address will not be published.