ଝାରସୁଗୁଡ଼ା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ପାଳନ କରାଯାଇଛି। କୋରୋନା କଟକଣା ଓ ମହାମାରୀର ପ୍ରଭାବ ଯୋଗୁଁ ଜନ୍ମଦିନକୁ ନିରାଡ଼ମ୍ବର ଭାବରେ ପାଳନ କରିଥିଲେ କାର୍ଯ୍ୟକର୍ତ୍ତା। କାର୍ଯ୍ୟକର୍ତ୍ତାମାନେ ଏହି ଅବସରରେ ଝାଡେଶ୍ୱରୀ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ , ଆଶା କିରଣ ଦିବ୍ୟାଙ୍ଗ ସ୍କୁଲ ଓ ବୃନ୍ଦାମାଳ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ ,ଚକଲେଟ ଓ ବିସ୍କୁଟ ବିତରଣ କରିଥିଲେ । ବିଜୁ ଜନତା ଦଳର ଟାଉନ ସଭାପତି ଶ୍ରୀ ସନ୍ଦିପ ଅବସ୍ତି, ପୂର୍ବତନ ନଗରପାଳ ଶ୍ରୀ ହରିଷ ଗଣତ୍ରା,ଓକିଲ ସଂଘ ସଭାପତି ରାମ ମୋହନ ରାଓ, ଅଶୋକ ଦାସ, ପିଣ୍ଟୁ ପାଢ଼ୀ, ତୁଳସୀ ଦାସ, ଆଲୋକ ତ୍ରିପାଠୀ, ଅରବିନ୍ଦ ବାରିକ, ମନୋଜ ଦୋରା, ପ୍ରଶାନ୍ତ ଭଇଁସା ପ୍ରଭୃତି ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.