ଟିଟିଲାଗଡ ରେ ଜାଗା ମିଶନରେ ମନ୍ତ୍ରୀଙ୍କ ଜମିପଟ୍ଟା  ବିତରଣ। 

0

ଟିଟିଲାଗଡ, (ଗୌରବ ଦର୍ଜୀ)- ଓଡ଼ିଶା ର ବିଭିନ୍ନ ସ୍ଥାନରେ ଅନେକ ଲୋକ ବିନା ଜମି ପଟ୍ଟା ରେ ଅନେକ ବର୍ଷ ଧରି ବସ ବାସ କରି ଆସୁଛନ୍ତି। ସେମାନଙ୍କ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି। ରାଜ୍ୟ ର ବିଭିନ୍ନ ସ୍ଥାନରେ ଜାଗା ମିଶନ ରାଜ୍ୟ ସରକାର ଙ୍କ ତରଫ ରୁ ଅନୁଷ୍ଠିତ ହେଉଛି। ଯେଉଁ ମାନଙ୍କ ର ଜମି ପଟ୍ଟା ନାହିଁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି। ଆଜି ୧୫ ଅକ୍ଟୋବର ଦିନ ଟିଟିଲାଗଡ ର ବିଧାୟିକା ତଥା ଓଡ଼ିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜାଗା ମିଶନ ଜରିଆରେ ସରକାରୀ ଜାଗା ରେ ରହୁଥିବା ୧୯୩୦ ଜଣ ରୁ ଉର୍ଦ୍ଧ ହିତାଧିକାରୀ ଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ ଆରମ୍ଭ କରିଛନ୍ତି। ଆଜି ଟିଟିଲାଗଡ ପୌରପରିଷଦ ରେ ଏକ ସଭା ଅନୁଷ୍ଠିତ କରି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌରପରିଷଦ ଅଧିକାରୀ ଶ୍ରୀ ସୋମେଶ ଉପାଧ୍ୟାୟଙ୍କ ଉପସ୍ଥିତିରେ ପ୍ରାୟ ୫୦ଜଣ ହିତାଧିକାରୀଙ୍କୁ ଜମି ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି। ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ପ୍ରଶାସନ ଘରକୁ ଯାଇ ପ୍ରମାଣ ପତ୍ର ବଣ୍ଟନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଥା ଶୀଘ୍ର ସମସ୍ତଙ୍କୁ ଜମି ପ୍ରମାଣ ପତ୍ର ବଣ୍ଟନ କରାଯିବ ବୋଲି ଟିଟିଲାଗଡ ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.