ଆରମ୍ଭ ହେଲା ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନା : ଝାରସୁଗୁଡ଼ା ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ଯୋଜନା “ଜାଗା ମିଶନ ” ଆଜି ଝାରସୁଗୁଡ଼ାରେ ଆରମ୍ଭ ହୋଇଯାଇଛି। ଏହି ଯୋଜନା ଅନୁଯାୟୀ ସରକାରୀ ଜାଗାରେ ଘର କରି ରହିଥିବା ଓ ଭୂମିହୀନ ପରିବାରମାନଙ୍କୁ ଜାଗା ପ୍ରମାଣପତ୍ର ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। 

ଏହି ଅବସରରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ପୌରପାଳିକା ଦ୍ବାରା ମିଶନର ଶୁଭାରମ୍ଭ କରାଯାଇଥିଲା। ଝାରସୁଗୁଡ଼ା ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପୂର୍ବତନ ନଗରପାଳ ଶ୍ରୀ ହରିଶ ଗଣାତ୍ରା ଯୋଗଦାନ କରି ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର କରିଥିଲେ। ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ସନ୍ଦୀପ ଅବସ୍ତି, ପିଣ୍ଟୁ ପାଢ଼ୀ, ଅଶୋକ ଦାସ ତଥା ପୌରପାଳିକାର ଯନ୍ତ୍ରୀ ମନୋଜ ପାତ୍ର ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.