ଟିଟିଲାଗଡ , ( ଗୌରବ ଦର୍ଜୀ)- ଟିଟିଲାଗଡ ବଲାଙ୍ଗୀର ଜିଲ୍ଲା ର ଏକ ମୁଖ୍ୟ ସହର। ଏହି ସହର ମଧ୍ୟ ଦେଇ ଯାଇଛି ଜାତୀୟ ରାଜପଥ ୫୯। ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ବଡ଼ ବଡ଼ ଟ୍ରକ୍ ଓ ଭାରିଯାନ ଯିବା ଆସିବା କରୁଛି। କିନ୍ତୁ ସହର ମଧ୍ୟରେ ଏହି ରାସ୍ତା ପୂର୍ବରୁ ହିଁ ସଂକୀର୍ଣ୍ଣ ଥିଲା। କିନ୍ତୁ ବର୍ତ୍ତମାନ ରେଳବାଇ ଫାଟକ ର ସମସ୍ୟା କୁ ଦୂର କରିବା ପାଇଁ ଓଭର ବ୍ରିଜ ତିଆରି ଚାଲିଛି। ଯେଉଁଥିପାଇଁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯାଇଛି। ଯାହା ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଏହି ରାସ୍ତା ଟିଟିଲାଗଡ ର ମୁଖ୍ୟ ବ୍ୟବସାୟ କ୍ଷେତ୍ର ହାଟପଦା ଦେଇ ଯାଇଥିବାରୁ ପ୍ରତିଦିନ ଏଠାରେ ପାହାନ୍ତିଆ ୪ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ବହୁତ୍ ଭିଡ଼ ଜମି ରହିଥାଏ। ତେଣୁ ଭାରିଯାନ ଯିବା ଆସିବା ବିପଦ ସଙ୍କୁଳ ରହୁଛି। ଗତ ୧୪ ଅକ୍ଟୋବର ରାତି ପ୍ରାୟ ୯ ଟା ସମୟ ରେ ଗୋଟିଏ ଟ୍ରକ୍ ଟିଟିଲାଗଡ ସହରରେ ରାତି ରାୟ ୯ ଟା ସମୟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲା। କିନ୍ତୁ ଭଗ୍ୟବସତଃ କୌଣସି ବ୍ୟକ୍ତିଙ୍କ ଜିବନହାନି ଘଟିନାହିଁ କିନ୍ତୁ ବର୍ତିପରିଲେନାହିଁ କିଛି ନିରୀହ ଗାଈ। ତେବେ ଦୁର୍ଘଟଣା ପରେ ସହରରେ ଭୟ ଓ ଆତଙ୍କର ମାହୋଲ୍ ଦେଖାଦେଇଛି। ପ୍ରତିଦିନ ସହର ରେ ଦିନବେଳା ଭାରୀଯାନ ପ୍ରବେଶ କରିବା ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ଅତୀତରେ ଏହି ଭାରିଜାନ ମାନଙ୍କ ଯୋଗୁଁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଛି। ଆଗକୁ ଏହିସବୁ ସମସ୍ୟା ଆହୁରି ବଢିବା ସମ୍ଭାବନା ରହିଛି। ତେଣୁ ଆଜି ଟିଟିଲାଗଡ ବିକାଶ ସେନା ସଭାପତି ଈଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଟିଟିଲାଗଡ ଏସ ଡି ପି ଓ ସୁରେନ୍ଦ୍ର ନାଥ ଶତପଥୀ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ଟିଟିଲାଗଡ ସହର ରେ ଦିନବେଳା ” ନୋ ଏଣ୍ଟ୍ରି ଜୋନ୍” ଭାବରେ ଘୋଷଣା କରି ସକାଳ ୬ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ନିଷେଧ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ସହର ର ଚାରି ଟି ଏଣ୍ଟ୍ରି ପଏଣ୍ଟ ଯଥା କଲେଜ୍ ଛକ , ମହିଳା ମହାବିଦ୍ୟାଳୟ ଛକ, ଦେଶିଲ ଛକ, ଓ ଚିଙ୍ଗେର ମୁଡ଼ା ଛକ ଠାରେ ପୋଲିସ ମୁତୟନ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିଥିଲେ। ଆଜିର ଏହି ଦାବି ଉପସ୍ଥାପନ ସମୟରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ସଭାପତି ଶୁଭମ୍ ଆଚାର୍ଯ୍ୟ , ଚନ୍ଦନ ପଣ୍ଡା, ଅଭିନାସ ବଗର୍ତ୍ତୀ, ରିତୁରଜା ତାଣ୍ଡି, ରାଜା ବେହେରା, ନିରଞ୍ଜନ ରଣା, ହେମରାଜ ବେହେରା, ଟିକୁ ମଛଖଣ୍ଡ, ମୁନା ମିଶ୍ର, ଆଶିଫ୍ ଖାନ୍, ମିତୋଶ ନାୟକ, ରୋଶନ ତାଣ୍ଡି, ରିକି କଟା ପ୍ରମୁଖ ଉପସ୍ଥିତ ରହିଥିଲେ। ଟିଟିଲାଗଡ ବିକାଶ ସେନା ର ଦାବି ପ୍ରତି ଟିଟିଲାଗଡ ବାସୀଙ୍କ ସମୂର୍ଣ୍ଣ ସମର୍ଥନ ଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.