ନିର୍ମାଣ ଶ୍ରମିକ ଙ୍କ ସମସ୍ୟା ସମାଧାନ ଦାବିରେ ଜିଲ୍ଲାପାଳ ଓ ଯୁଗ୍ମ ଶ୍ରମ କମିଶନର ଙ୍କୁ ଦାବିପତ୍ର ପ୍ରଦାନ। 

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲା ର ନିର୍ମାଣ ଶ୍ରମିକ ଙ୍କ ସମସ୍ୟା ସମାଧାନ ସକାଶେ ଆଜି ଜିଲ୍ଲାପାଳ ଓ ଯୁଗ୍ମ ଶ୍ରମ କମିଶନର ଙ୍କୁ ଦାବିପତ୍ର ଦେବା ସହିତ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଦୀର୍ଘ ବର୍ଷ ପୂର୍ବରୁ ନୂତନ ହିତାଧିକାରୀ ପରିଚୟ ପତ୍ର ସକାଶେ ଆବେଦନ କରିଥିବା ଶ୍ରମିକଙ୍କୁ ପଞ୍ଜିକୃତ କରାଯିବା, ନବୀକରଣ ପ୍ରକ୍ରିୟା , ମୃତ୍ୟୁ ସହାୟତା, ଶିକ୍ଷା, ବିବାହ ତଥା ସମସ୍ତ ସହାୟତା ଆରମ୍ଭ କରାଯିବ। ପେଣ୍ଡିଂ ଥିବା ୧୧ ହଜାର ଶ୍ରମିକ ଙ୍କ ଯନ୍ତ୍ର ପା ତି କ୍ରୟ ବାବଦର ଅର୍ଥ ଯୋଗାଇଦେବା,୨୦୧୫ ରୁ ବକେୟା ପଡ଼ିଥିବା ନବୀକରଣ କୁ କରାଯିବା, କଲ୍ୟାଣ ବୋର୍ଡ ର ଆବଶ୍ୟକ ଭିତ୍ତିଭୂମୀ ଗଠନ କରାଯିବା ପ୍ରଭୃତି ଦାବୀ ଉପସ୍ଥାପନ କରାଯାଇଥିଲା। ସମନ୍ଵୟ ସମିତି ସଭାପତି NFITU ରାଜ୍ୟ ସଭାପତି ପ୍ରଶାନ୍ତ ପାଢୀ ଙ୍କ ନେତୃତ୍ୱରେ ସମ୍ପାଦକ ତ୍ରିନାଥ ରଣବିଡା, ରୋହିତାସ୍ୱ ସାହୁ, ମମତା ପଣ୍ଡା, ମହେଶ ନାଥ, ଦାମୋଦର ପାଣ୍ଡେ, ସଞ୍ଜୁ ମିର୍ଦ୍ଧା, ରମେଶ ସିଂ, ବସନ୍ତ ସ୍ବାଇଁ, ଭକ୍ତ ବନ୍ଧୁ ମାଝୀ, ଜିବରର୍ଦ୍ଧନ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହିବା ସହ ଆଲୋଚନା ରେ ଭାଗନେଇଥିଲେ।

Leave A Reply

Your email address will not be published.