ବଡ଼ବିଲ (ଶାସକ ପ୍ରଶାସକ) ଚମ୍ପୁଆରେ କାର୍ଯ୍ୟରତ ସାମ୍ବାଦିକ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ଚମ୍ପୁଆ ବି.ଡି.ଓ.ଙ୍କ ପକ୍ଷରୁ ମାମଲା ପରେ ସାମ୍ବାଦିକଙ୍କୁ କୋର୍ଟ ପଠାଇ ଦିଆଯାଇଥିବା ଘଟଣା ଏବେ ଚମ୍ପୁଆ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ ଯେ ଗତ ବୁଧବାର ଦିନ ଚମ୍ପୁଆର ବରିଷ୍ଠ ସାମ୍ବାଦିକ ରଞ୍ଜନ ପ୍ରଧାନ ବ୍ଲକ ରାସ୍ତା ଦେଇ କୃଷି କାର୍ଯ୍ୟାଳୟକୁ ଯାଉଥିବା ବେଳେ ଅପର ଦିଗରୁ ଆସୁଥିବା ଚମ୍ପୁଆ ବିଡିଓଙ୍କ ସହ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ବି.ଡି.ଓ ମହୋଦୟା ଜଣକ ଉତକ୍ଷିତ ହେବା ସହିତ ଆଙ୍ଗୁଳି ଦେଖାଇ କାହିଁକି ଏଠାରେ ଠିଆ ହୋଇଛ, ଏଠାରୁ ପଳାଅ ବୋଲି କହିବା ପରେ ସାମ୍ବାଦିକ ଜଣକ ଖବର ସଂଗ୍ରହ ଆସିଥିବା ଜଣାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଏ ନେଇ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ ସାମ୍ବାଦିକ ଜଣକ ସେଠାରେ ଥିବା କୃଷି କାର୍ଯ୍ୟାଳୟରୁ ଫେରୁଥିବା ବେଳେ ବି.ଡି.ଓଙ୍କ ଡ୍ରାଇଭର ତାଙ୍କ ସହ ଯୁକ୍ତିତର୍କ କରିବା ସହିତ ମୋବାଇଲ ଓ ଗାଡି ଛଡାଇବାକୁ ଉଦ୍ୟମ କରିଥିଲେ ବୋଲି ରଞ୍ଜନ ସୂଚନା ଦେଇଛନ୍ତି। ଏ ନେଇ ଉଭୟ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ଗତ ବୁଧବାର ସଂନ୍ଧ୍ୟାରେ ଚମ୍ପୁଆ ଥାନା ଏସ.ଡି.ପି.ଓ ଦିଲିପ ଚନ୍ଦ୍ର ବାଗ ଉଭୟଙ୍କୁ ଥାନାକୁ ଡାକିଥିଲେ ମଧ୍ୟ ବି.ଡି.ଓ ଥାନାକୁ ଆସିନଥିଲେ। ମାତ୍ର ଗୁରୁବାର ସକାଳୁ ପୋଲିସ ରଞ୍ଜନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ସେ କୋର୍ଟରୁ ଜାମିନରେ ଆସିଥିବା ଜଣାପଡିଛି। ଏ ନେଇ ବଡ଼ବିଲ ପ୍ରେସ କ୍ଲବ ପରିସରରେ ଆଜି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚମ୍ପୁଆ ବିଡ଼ିଓଙ୍କ ଏତାଦୃଶ ଆକ୍ରୋଶମୂଳକ କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଛି।
Sign in
Sign in
Recover your password.
A password will be e-mailed to you.