ବିଜୁ ଜନତା ଦଳର ପକ୍ଷରୁ “ଜନସଚେତନତା ଅଭିଯାନ”

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ। : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ଠାରେ ବିଜୁ ଜନତା ଦଳ ତରଫରୁ କରୋନା ଜନସଚେତନତା ଓ ମାସ୍କ ବଣ୍ଟନ ଓ ଓଡିଶା ମୋ ପରିବାରର ଜୀବନ ବିନ୍ଦୁ , ରକ୍ତଦାନ ଶିବିର  କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ଅକ୍ଟୋବର ୦୨ ତାରିଖରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ମାସ ବ୍ୟାପି କରୋନା ମହାମାରିରୁ ରକ୍ଷା ପାଇବା ନିମନ୍ତେ ଜନସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ର ସଫଳ ଶୁଭାରମ୍ଭ କରିଥିଲା ।  ସର୍ବ ପ୍ରଥମେ  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର  ଠାରେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକ ଙ୍କ ସହଯୋଗ ରେ ଜୀବନବିଦୁ କାର୍ଯ୍ୟକ୍ରମ କୁ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ଉଦ୍ ଘାଟନ କରିଥିଲେ । 

ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଓ ନଗର ବିଜେଡ଼ି ସଭାପତି ଶ୍ରୀ ସୁର୍ଯ୍ୟ ନାରାୟଣ ରାଜଗୁରୁ ଙ୍କ ନେତୃତ୍ୱରେ ଏବଂ ମୁଖ୍ୟ ଆକର୍ଷଣ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର  ସାହୁଙ୍କ ଉପସ୍ଥିତି ରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରାଜନହର ଛକ ଠାରୁ ଆରମ୍ଭ କରି କଲେଜ ଛକ , ବଜାର ଛକ ଓ ପୁରୁଣା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲୁ ରହିଥିଲା ।

ଆଗାମୀ ଦିନରେ ଏହା ଜିଲ୍ଲାର ସମସ୍ତ ବ୍ଲକ  ଓ ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ ବୋଲି ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ କହିଥିଲେ ।

 ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ , ଯୁବ ସଭାପତି ଏସ. ଲିଙ୍ଗାରାଜୁ , କଲ୍ୟାଣୀ ଗଜପତି ,ବରିଷ୍ଠ ନେତା ବସନ୍ତ ଦାସ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ଲକ୍ଷ୍ମୀ ପରିଛା , ସଂଯୁକ୍ତା ବେହେରା , ପୂର୍ଣ୍ଣବାସି ନାୟକ ,  ମାରୁତୀ ପାଳ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । 

Leave A Reply

Your email address will not be published.