ଝାରସୁଗୁଡ଼ା :(ସୁଭାଷ ସହାରେ) -ଷ୍ଟ୍ରିଟ ତଳେ ବସି ପାଠ ପଢ଼ୁଥିବା ଏକ ବାଳକର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲିଟିର ଖଲିଆକାନି ଗ୍ରାମର ଜଣେ ଦିନ ମଜୁରିଆଙ୍କ ପୁଅ ସୌରତ ଭୋଇ।ମା ବାପା ମଜୁରୀ ଲାଗି ପେଟ ପୋଷନ୍ତି। ଘରେ ବିଜୁଳି ନାହିଁ କି ମୋବାଇଲ ନାହିଁ। ଦିନସାରା ବାପା ମା’ଙ୍କ କାର୍ଯ୍ୟରେ ସାହାଯ୍ୟ କରିଥିବା ଏହି ବାଳକ ସଂଧ୍ୟା ସମୟରେ ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ନ୍ତି। ସରକାର ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ କରି ଅନଲାଇନ କ୍ଲାସ କରିବାର ବ୍ୟବସ୍ଥା କରିଥିବା ବେଳେ ତାହା ସୀମିତ ରହିଯାଇଛି ମାତ୍ର କିଛି ଛାତ୍ରଙ୍କ ମଧ୍ୟରେ। କେବଳ ୨୫ ଶତକଡ଼ା ଛାତ୍ରଛାତ୍ରୀ ଏହି ଅନଲାଇନ କ୍ଲାସ କରିପାରୁଥିବା ବେଳେ ବାକି ୭୫ ଶତକଡ଼ା ଛାତ୍ରଛାତ୍ରୀ ଏଥିରୁ ସଂପୂର୍ଣ୍ଣ ଭାବରେ ବଞ୍ଚିତ। ପ୍ରଶ୍ନ ଉଠେ ଏହିଭଳି ସୌରତ ମାନଙ୍କର ଭବିଷ୍ୟତ କ’ଣ? ଏମାନେ ଆଉ ବିଦ୍ୟାଳୟର ମୁହଁ ଦେଖି ପାରିବେ ତ? ନା ଦିନ ମଜୁରିଆର ପୁଅ ବା ଝିଅ ହୋଇଥିବାରୁ ଏମାନେ ଦିନ ମଜୁରିଆ ହୋଇ ରହିଯିବେ?
Sign in
Sign in
Recover your password.
A password will be e-mailed to you.