କୋରୋନା ଯୋଦ୍ଧାଙ୍କୁ ଏ କି ସମ୍ମାନ.  ପୁଣି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାକ ତଳେ ଅବହେଳା !!!

0

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି, ବାହାବା ନେଉଛନ୍ତି। କିନ୍ତୁ ପ୍ରକୃତରେ ତୃଣମୂଳ ସ୍ତରରେ ଘଟୁଛି ଭିନ୍ନ କଥା। ଝାରସୁଗୁଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବାରମ୍ବାର ଅବହେଳା ଘଟଣା ଲୋକଲୋଚନକୁ ଆସୁଛି। ତାହା ପୁଣି ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାକ ତଳେ। ମାତ୍ର କେବଳ ତଦନ୍ତର ଆଶ୍ବାସନା ଛଡ଼ା ଲୋକଙ୍କୁ ଆଉ କିଛି ମିଳୁ ନାହିଁ ।ପୁଣି ଥରେ ଏହିପରି ଏକ ଅଭିଯୋଗ ଆଣିଛନ୍ତି କୋଭିଡ ବିରୁଦ୍ଧରେ ମୂଳରୁ ଲଢ଼ି ଆସିଥିବା ଚିକିତ୍ସାଳୟର ଜଣେ ମୃତ କର୍ମଚାରୀଙ୍କ ସଂପର୍କୀୟଙ୍କଠାରୁ। 

ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ଭାବରେ ସ।ରତ ପୋଢ଼ ଦୀର୍ଘ ୩୦ ବର୍ଷ ହେଲା କାମ କରି ଆସୁଥିଲେ ।ସକାଳେ ଜ୍ବରରେ ପୀଡ଼ିତ ହେବାରୁ ଡାକ୍ତରଖାନାକୁ ଅଣା ଯାଇଥିଲା। ମାତ୍ର ନର୍ସ ତାଙ୍କୁ ଦୁଇଟି ଇଂଜେକ୍ସନ ଦେବା ପରେ ତାଙ୍କ ନିକଟକୁ କେହି ପାଖ ମାଡ଼ିଲେ ନାହିଁ। ପରେ ତାଙ୍କର ମୃତ୍ୟୁ ହହୋଇଥିଲା। ଗତ 14 ତାରିଖରେ ତାଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିଥିଲା। 24 ତାରିଖ ପର୍ଯ୍ୟନ୍ତ ସେ ସୁସ୍ଥ ମଧ୍ୟ ହୋଇଯାଇଥିଲେ। ମାତ୍ର ଆଜି ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କର ଉପଯୁକ୍ତ ଚିକିତ୍ସା ନ ହେବାରୁ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ମୃତ ଦେହ ମଧ୍ୟ ଏପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ି ରହିଛି। ପରିବାର ଲୋକଙ୍କ ଅଭିଯୋଗ ଯେ କୋରୋନା ଯୋଦ୍ଧାଙ୍କ ପ୍ରତି ଯଦି ଚିକିତ୍ସାଳୟରେ ଏପରି ବ୍ୟବହାର ତେବେ ଅନ୍ୟମାନଙ୍କ ପ୍ରତି କିପରି ଅବିଚାର ହେଉ ନ ଥିବ! ଅନ୍ୟ ପକ୍ଷରେ ପରିବାର ଲୋକେ ବର୍ତ୍ତମାନ ଅଡ଼ି ବସିଥିଲେ  ଯେତେବେଳ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ରିପୋର୍ଟ ସେମାନଙ୍କୁ ଦିଆ ନ ଯିବ ସେମାନେ ସେଠାରୁ ଉଠିବେ ନାହିଁ। 

ମୃତ ସ।ରତ ପୋଢ଼ଙ୍କ ସଂପର୍କୀୟ ଆହୁରି ମଧ୍ୟ ଅଭିଯୋଗ କରନ୍ତି ଯେ ଜଣେ କୋରୋନା ପଜିଟିଭ ଥିବା ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇ ମୂଖ୍ୟ ଚିକିତ୍ସାଳୟରେ ପ୍ରସବ କରାଯାଇଥିଲା। ଯାହାକି ସଂପୂର୍ଣ୍ଣ ଭାବରେ ନିୟମବିରୁଦ୍ଧ। ନିୟମାନୁସାରେ ସେହି ଗର୍ଭବତୀ ମହିଳାଙ୍କ ପ୍ରସବ କୋଭିଡ ହସ୍ପିଟାଲରେ ହେବା ଉଚିତ ଥିଲା। ମାତ୍ର ସମସ୍ତ ନିୟମକୁ ବେଖାତିର କରି ଡାକ୍ତରଖାନା କର୍ତ୍ତୃପକ୍ଷ ମହିଳାଙ୍କ ପ୍ରସବ ମୂଖ୍ୟ ଡାକ୍ତରଖାନାରେ କରାଇଥିଲେ ଏବଂ ପରେ ଅପରେସନ ଥିଏଟରକୁ ସାନିଟାଇଜ କରାଇଥିଲେ। 

ଏବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ସାଧାରଣ ଲୋକ ମାସ୍କ ନ ପିନ୍ଧିଲେ ଯଦି ୨୦୦ ରୁ ୫୦୦ ଜୋରିମାନା ଦେବେ, ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ନିମନ୍ତେ ସେମାନଙ୍କ ବିରୁଦ୍ଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସ୍ବାସ୍ଥ୍ୟମନ୍ତ୍ରୀ?  କୋଭିଡ ଯୋଦ୍ଧାଙ୍କୁ ଯେଉଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ସମ୍ମାନ କରିବାକୁ ସମସ୍ତ ନିୟମକୁ ଉଲ୍ଲଘଂନ କରିଥିଲେ,କ’ଣ ସ।ରତ ପୋଢ଼ଙ୍କୁ ସମ୍ମାନ ଜଣାଇବା ପାଇଁ ଆଗକୁ ଆସି ତାଙ୍କୁ ଆର୍ଥିକ ସହାୟତା ରାଶି ଯୋଗାଇଦେବେ?

Leave A Reply

Your email address will not be published.