ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ଆଉ ନାହାନ୍ତି

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ବିଶିଷ୍ଟ କୂଟନୀତିଜ୍ଞ, ତଥା ପ୍ରବୀଣ ରାଜନୀତିଜ୍ଞ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ଆଉ ନାହାନ୍ତି . ୮୨  ବର୍ଷ ବୟସରେ ଆଜି ସେ ପ୍ରାଣ ହରାଇଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥାଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ | ସେନାବାହିନୀରେ କାମ କରି ଦେଶର ସେବା କରିବା ପରେ ରାଜନୀତିରେ ପ୍ରବେଶ କରି ଜଣେ ଦକ୍ଷ ରାଜନେତା ଓ ସ୍ପଷ୍ଟ ଆଭିମୁଖ୍ୟ ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିପାଦିତ କରିଥିବା ବେଳେ ଦେଶର  ରକ୍ଷାମନ୍ତ୍ରୀ, ଅର୍ଥ ତଥା ବୈଦେଶିକ ମନ୍ତ୍ରୀ ଭାବେ ବେଶ ଦକ୍ଷତାର ସହ ନିଜ ଦାୟିତ୍ୱ ସଫଳତାର ସହ ସମ୍ପନ୍ନ କରିଥିଲେ କରିଥିଲେ। ସେ ଜଣେ ଶୃଙ୍ଖଳିତ, ପ୍ରତିବଦ୍ଧ ଓ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ଦକ୍ଷ  ସାଂସଦ ଭାବେ ନିଜକୁ ପ୍ରତିପାଦିତ କରଥିଲେ | ସ୍ୱତନ୍ତ୍ର ତଥା ସ୍ପଷ୍ଟ ମତପୋଷଣ ପାଇଁ ସେ ବେଶ ପରିଚିତ ଥିଲେ | 

  ତାଙ୍କ ବିୟୋଗରେ ପ୍ରତିରକ୍ଷା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ଶ୍ରୀ ସିଂଙ୍କ ବିୟୋଗରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି “ଜସୱନ୍ତ ସିଂ ଜୀ ପ୍ରଥମେ ସୈନିକ ଭାବେ ଏବଂ ପରେ ରାଜନୀତିରେ  ତାଙ୍କର ଦୀର୍ଘ  ଅଧ୍ୟାୟ ସମୟରେ ଦେଶପାଇଁ  ପରିଶ୍ରମ କରିଥିଲେ। ଅଟଳ ଜିଙ୍କ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସଫଳତାର ସହ ପରିଚାଳନା କରିଥିଲେ |  ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ପ୍ରସଙ୍ଗରେ ତାଙ୍କ କାର୍ଯ୍ୟଧାରା ଏକ ସଫଳତାର ଛାପ ଛାଡ଼ିଯାଇଛି | ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ “ରାଜନୀତି ଏବଂ ସାମାଜିକ ପ୍ରସଙ୍ଗରେ ତାଙ୍କର ଅନନ୍ୟ ଦୃଷ୍ଟିକୋଣ ପାଇଁ ସେ ସ୍ମରଣୀୟ ହେବେ। ସେ ମଧ୍ୟ ବିଜେପିକୁ ମଜବୁତ କରିବାରେ ସହଯୋଗ କରିଥିଲେ। ତାଙ୍କ ସହ ମୋର ପାରସ୍ପରିକ ଭାବି ବିନିମୟ ସବୁବେଳେ ମାନେ ରହିବ  | ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି |”

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭେଟେରାନ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜସୱନ୍ତ ସିଂ ଜୀଙ୍କର ଦେହାନ୍ତରେ ଗଭୀର ମର୍ମାହତ । ସେ ଦେଶର ରକ୍ଷାମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ବେଶ ଦକ୍ଷତାର ସହ ଦେଶ ସେବା କରିଥିଲେ। ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ଦକ୍ଷ  ସାଂସଦ ଭାବେ ନିଜକୁ ପ୍ରତିପାଦିତ କରଥିଲେ | 

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ” ଦେଶର ଜଣେ ବରିଷ୍ଠ ରାଜନେତା ତଥା ଅଟଳ ଜି କ୍ୟାବିନେଟରେ ମନ୍ତ୍ରୀ ଜସୱନ୍ତ ସିଂଜୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସରକାର ଏବଂ ସଂଗଠନରେ ବିଭିନ୍ନ ପଦବୀରେ ଥିବାବେଳେ ସେ ନିଜ କର୍ତ୍ତବ୍ୟ ପରାୟଣାତାର  ଗଭୀର ଛାପ ଛାଡି ଯାଇଛନ୍ତି। ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି | 

କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ଧର୍ମେନ୍ଦ୍ର ପ୍ରଧାନ ଗଭୀର ସମବେଦନା ଜ୍ଞାପନ କରିବା ସହ କହିଛନ୍ତି ଯେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ଶ୍ରୀ ଜସୱନ୍ତ ସିଂ ଜୀଙ୍କର ଦେହାନ୍ତରେ ମର୍ମାହତ । ଜଣେ ମହାନ ଜ୍ଞାନ ସମ୍ପନ୍ନଏବଂ ବୁଦ୍ଧିମାନ ବ୍ୟକ୍ତି ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀ ସିଂ |  ଦକ୍ଷତାର ସହ ସେ ବିଭିନ୍ନ କ୍ଷମତାରେ ସେ ଦେଶର ସେବା କରିଥିଲେ | ଏହି ଦୁଃଖ ସମୟରେ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ”

Leave A Reply

Your email address will not be published.