ବ୍ରଜରାଜନଗରରେ ହତ୍ୟା ମାମଲା :ଚାରି ଅଭିଯୁକ୍ତଙ୍କ ନାମରେ ହୋଇଥିବା ଏଫ ଆଇ ଆର ର ପ୍ରେସ ବିଜ୍ଞପ୍ତି ଜାରି କଲା ପୋଲିସ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ୨୩/୦୯/୨୦ରେ ବ୍ରଜରାଜନଗରରେ ବୀରବଲ ପାଣ୍ଡେଙ୍କୁ ହତ୍ୟା କରିଥିବା ଘଟଣାରେ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ମୃତକଙ୍କ ଭାଇ ଦଶରଥ ପାଣ୍ଡେ ଏ ନେଇ ୨୪ ତାରିଖରେ  ଓରିଏଣ୍ଟ ଥାନାରେ ଦେଇଥିବା ଏତଲା ଭିତ୍ତିରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଜିତ ସିଂହ ଓରଫ ମାନିଆ (22),ଅଜିତ ସିଂହ ଓରଫ ଖାଡ଼ି (25),ସୁରଜ ପ୍ରସାଦ (25)।ଏମାନେ ସମସ୍ତେ ବିହାରର ଓ ଝାରସୁଗୁଡ଼ା ଜିଲ୍ଲାର ଓରିଏଣ୍ଟ ଥାନା ଅନ୍ତର୍ଗତ ହନୁମାନ ନଗରରେ ରହୁଥିଲେ। ଏମାନଙ୍କୁ ପୋଲିସ ୨୫ ତାରିଖ ଦିନ ୩. ୩୦ ମିନିଟରେ ଗିରଫ କରି ୨୬ ତାରିଖରେ କୋର୍ଟ ଚାଲାଣ କରିଥିଲେ। ଚତୁର୍ଥ ଅଭିଯୁକ୍ତ ଜୟରାମ ରାୟ ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ଦେଇଛନ୍ତି ପୋଲିସ।

Leave A Reply

Your email address will not be published.