ବିଧାନସଭାର ମୈାସୁମୀ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳର ୱେବିନାରରେ  ବୈଠକ 

0

 ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ  ନେତା ଓ ପଦାଧିକାରୀ ସାମିଲ 

ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓଏମବିଏଡିସି/ଡିଏମଏଫ/କାଂପା ଫଣ୍ଡର ବ୍ୟାପକ ଅନୀୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଆଦି ହେବ ମୁଖ୍ୟ ପ୍ରସଙ୍ଗ କରିବା ବିଜେପି |  ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ବି ହେବ ଆଲୋଚନା |  

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆସନ୍ତା ୨୯ ତାରିଖରୁ ମୈାସୁମୀକାଳୀନ ରାଜ୍ୟ ବିଧାନସଭା ବୈଠକ ଅନୁଷ୍ଠିତ ହେବାର ସ୍ଥିର ହୋଇଛି । ମୁଖ୍ୟ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ରାଜ୍ୟବାସୀଙ୍କ ସମସ୍ୟା ଓ ଅଭିଯୋଗଗୁଡିକ ବିଧାନସଭାରେ ଉପସ୍ଥାପନ କରିବ । ରଣନୀତି ପ୍ରସ୍ତୁତି ପାଇଁ ଆଜି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ୱେବିନାର ମାଧ୍ୟମରେ ଅନୁଷ୍ଠିତ  ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । 

ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓଏମବିଡିଏସି/ଡିଏମଏଫ/କାଂପା ଫଣ୍ଡର ବ୍ୟାପକ ଅନୀୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଆଦି ମୁଖ୍ୟ ପ୍ରସଙ୍ଗ ରହିବ । 

ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବରିଷ୍ଠ ନେତା ଓ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, କେ.ଭି.ସିଂହଦେଓ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ ଏବଂ ଡ,ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ ।

ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ବିଧାନସଭା ଅଧିବେସନରେ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚେତକ ମୋହନ ମାଝୀ ବୈଠକ ପରେ ସୁଚନା ଦେଇ କହିଛନ୍ତି ।

Leave A Reply

Your email address will not be published.