ପୂର୍ବତନ ମନ୍ତ୍ରୀ ଙ୍କ ସହ ଶତାଧିକ ଚାଷୀ ବସିଲେ ଧାରଣରେ , ଫସଲ ବୀମା ରାଶି ପ୍ରଦାନ ଅନିୟମିତତା ପ୍ରତିବାଦରେ ତହସିଲ ଅଫିସ ଘେରାଉ

0

ଟିଟିଲାଗଡ , ସଇଁତଳା (ଗୌରବ ଦର୍ଜି):-କଥାରେ ଅଛି “ଚାଷ କାମ ଯାହାର କେଡେ ସୁଖ ତାହାର” ହେଲେ ଏହା ବିପରୀତ ହୋଇଛି “ଚାଷ କାମ ଯାହାର କେଡେ ଦୁଃଖ ତାହାର” । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଝିଙ୍କିଡୁଙ୍ଗୁରି ଗ୍ରାମ ପଞ୍ଚାୟତ ର ଶତାଧିକ ଚାଷୀ ମାନେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ନେତୃତ୍ୱରେ  ଗତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନ ରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ତହସିଲ କାର୍ଯ୍ୟଳୟ ସମ୍ମୁଖରେ  ଧାରଣ ସ୍ଥଳରେ ବସି ତହସିଲ ଅଫିସ ଘେରାଉ କରିଥିଲେ। ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ ଚାଷୀଙ୍କ ସହ ତଳେ ବସିଥିବା ବେଳେ ଏବେ ଆଲୋଚନା ର ବିଷୟ ପାଲଟିଛି।ସୂଚନା ଯୋଗ୍ୟ ଯେ , ଝିଙ୍କିଡୁଙ୍ଗୁରି ଗ୍ରାମର  ଅନେକ ଚାଷୀ ୨୦୧୯ ମସିହାରେ ରୁଏଲ ସୁନ୍ଦରରମ ଜେନେରାଲ ଇନସୁରେନ୍ସେ କମ୍ପାନୀ ଠାରେ ଅନଲାଇନ ମାଧ୍ୟମରେ ବୀମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ ଉକ୍ତ କମ୍ପାନୀ ମନ ଇଚ୍ଛା ଚାଷୀ ଙ୍କୁ ବୀମା ରାଶି ପ୍ରଦାନ କରିଥିବା ବେଳେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଏହାର ପ୍ରତିବାଦରେ ଶତାଧିକ ଚାଷୀ ଧାରଣା ଦେଇଥିଲେ।ତେବେ ଘଟଣା ସ୍ଥଲରେ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଓ ସଇଁନ୍ତଳା ପୁଲିସ ଚାଷୀ ଙ୍କୁ ବୁଝୁସୁଝା କରିବା ପରେ ଧାରଣା ରୁ ଓହରି ଥିଲେ।ଏନେଇ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ ମଧ୍ୟ କରିଛନ୍ତି।ଏଥିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଝିଙ୍କିଡୁଙ୍ଗୁରି  ସରପଞ୍ଚ ବଜରଙ୍ଗ ଜୈନ, ସଇଁନ୍ତଳା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ,ଶଙ୍କର ମାଝୀ,ମାନସ ଆଚାର୍ଯ୍ୟ,କୃଷ୍ଣ ଚନ୍ଦ୍ର ମାଝୀ,କପିଳେନ୍ଦ୍ର ବାଗ ,ହେମରାଜ ମାଝୀ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।ତେବେ ଯଦି ଆଗାମୀ ଦିନରେ ପ୍ରଶାସନ ଚାଷୀ ଙ୍କୁ ଉଚିତ ମୂଲ୍ୟ ରାଶି ପ୍ରଦାନ  ନକରେ ତେବେ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.