ମାଲକାନଗିରି /ବି ଶ୍ରୀନିବାସ ପାତ୍ର -ପୁଣି ଭାରରେ ବୁହା ହେଲେ ପ୍ରସୂତି। ଏପରି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ର ଦୁର୍ଗମ ଅଂଚଳରେ ଥିବା ପାଡାଲପୁଟ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଦେବକୀ ମୁଦୁଲି(୨୭) ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଂଗେ ସଂଗେ ଭାର ଯୋଗେ ତାର ସ୍ୱାମୀ ଧନ ମୁଦୁଲି ଏବଂ ପରିବାର ବର୍ଗ ଙ୍କ ସହ କିଛି ଗ୍ରାମବାସୀ ବୋହି ଆଣୁଥିଲେ। ଦୀର୍ଘ ୬ କିଲୋମିଟର ପାହାଡ଼ ଉପରୁ ବୋହି ଆଣୁଥିବା ବେଳେ ବାଟରେ ହିଁ ଦେବକୀ ଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପରେ ଖବର ପାଇ ପାହାଡ଼ ତଳେ ଆସି ୧୦୮ ଆମ୍ବୁଲାନ୍ସ ଏବଂ ଆଶା ଦିଦି ଆସି ଅପେକ୍ଷା କରିଥିଲେ। ଏବଂ ସେଠାରୁ ତାଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା। ତେବେ ଗ୍ରାମକୁ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରୁଛନ୍ତି ଗ୍ରାମବାସୀ।
Sign in
Sign in
Recover your password.
A password will be e-mailed to you.
Prev Post