ପଦ୍ମପୁର ପାଇକମାଲ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା

0

 

ପଦ୍ମପୁର/Nila deep -ବରଗଡ଼ ଜିଲ୍ଲାର ପଦ୍ମପୁର ପାଇକମାଲ ରାସ୍ତାରେ ମୁଗ ବୋଝେଇ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଛି ।ସୂଚନା ଅନୁଯାୟୀ ବରଗଡ଼ରୁ ପାଟଣାଗଡ଼ ଅଭିମୁଖେ ପଦ୍ମପୁର ଦେଇ ଯାଉଥିବା ମୁଗ ବୋଝେଇ ପିକଅପ ଭ୍ୟାନ ଓଡ଼ି-୦୩-ଇ-୬୪୨୯ ପଦ୍ମପୁର ଭେଉଁରିଆ ଛକ ଠାରୁ ପାଟଣାଗଡ଼ କୁ ଯିବାପାଇଁ ବାଟ ନ ବଦଲାଇ ଭୁଲରେ ପାଇକମାଲ ରାସ୍ତାରେ ଚାଲିଯାଉଥିଲା ।ପଦ୍ମପୁର ରୁ ପ୍ରାୟ ୧୦ କିମି ଦୂର ବିଜାଡିହି ଛକଠାରେ ଭୁଲ ରାସ୍ତାରେ ଆସିଥିବା ଜାଣିବାକୁ ପାଇ ପଦ୍ମପୁର କୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା ।ଗାଡ଼ିରେ ଡ୍ରାଇଭର ଡୋଳାମଣି ଓ ହେଲ୍ପର ସୁରୁ ନାମକ ଦୁଇଜଣ ଥିବା ବେଲେ ହେଲ୍ପର ର ଗୋଡ଼ରେ ଆଘାତ ହୋଇଥିଲା ।ଗଛରେ ପିଟି ହେବା ଯୋଗୁଁ ଗାଡ଼ିର ସମ୍ନାପଟ ଛେଞ୍ଚି ହୋଇଥିଲା ।ଗାଡ଼ିଟି ପାଟଣାଗଡ଼ ର ଭଗବାନ ମେହେରଙ୍କ ବୋଲି ଜଣାପଡିଛି ।ଅତ୍ୟଧିକ ମଦ୍ୟପାନ ହେତୁ ଦୁର୍ଘଟଣା ହୋଇଥିବା ଡ୍ରାଇଭର ସ୍ବିକାର କରିଛନ୍ତି ।

Leave A Reply

Your email address will not be published.