ବାଳାଶ୍ରମରେ ବିଜେଡି ପାଳିଲା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

0

 

ବାଲେଶ୍ୱରରୁ ଉଜ୍ଜ୍ୱଳ କର  : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୨ ତମ ଜନ୍ମୋସôବ ସମଗ୍ର ରାଜ୍ୟରେ ଆଜି ଧୁମଧାମରେ ପାଳିତ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଦର ଶାଖା ପକ୍ଷରୁ ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ବେଶ୍ ଉତ୍ସାହ ଉଦ୍ଦୀପନା ର ସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଦଳୀୟ କର୍ମକର୍ତ୍ତା ଓ ଲୋକପ୍ରତିନିଧିମାନେ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୌରପାଳ ଆଲୋକ କୁମାର ସାହୁ, ପୌର ଉପାଧ୍ୟକ୍ଷ ରଶ୍ମିରେଖା ଦେବ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବିଜେଡି ବାଲେଶ୍ୱର ନଗର ପ୍ରଭାରୀ ଅଜୟ ନାୟକ ପ୍ରମୁଖ ଯୋଗଦେଇ ଜନ୍ମଦିନ କେକେ୍ କାଟିବା ସହିତ ବାଳାଶ୍ରମ ଅନ୍ତେବାସୀଙ୍କୁ ଖୁଆଇଥିଲେ । ୧୭ ବର୍ଷର ଶାସନ କାଳ ମଧ୍ୟରେ ଓଡ଼ିଶାର ଆଶାତୀତ ବିକାଶ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଧାରା ଜାରି ରହିବା ଏକାନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥଇଲେ । ଏନେଇ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ  ନିରାମୟ ଜୀବନ କାମନା କରିଥିଲେ । ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଦୀର୍ଘାୟୁ କରିବାକୁ ସମସ୍ତେ ଭଗବାନଙ୍କଠାରେ ଗୁହାରୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଳାଶ୍ରମ ଅଧୀକ୍ଷକ ଗଣେଶ୍ୱର ଦାସ, ବିଜେଡି ଟାଉନ ସଭାପତି ଆଶିଷ ଘୋଷ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଦାଶ, ଉମିଲତା ଦାସ, ବରିଷ୍ଠ  ବିଜେଡି ନେତା ଶତ୍ରୁଘ୍ନ ମଲ୍ଲିକ, ଯୁବନେତା ଶୁଭେନ୍ଦୁ ମଙ୍ଗରାଜ, ମନୋଜ ରାଉତ, ଧୀରେନ୍ ନାୟକ, ସିମନ ଦାସମହାପାତ୍ର ପ୍ରମୁଖ ବହୁ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । 

Leave A Reply

Your email address will not be published.