ଟିଟିଲାଗଡ, (ଗୌରବ ଦର୍ଜି)- ଟିଟିଲାଗଡ ରେ ଦିନକୁ ଦିନ କୋରୋନା ରୋଗୀ ଙ୍କ ବୃଦ୍ଧି କୁ ଦେଖି ଟିଟିଲାଗଡ ପ୍ରଶାସନ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନ ରେ ଛିଡ଼ା ହୋଇ ଅମାନିଆ ମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହର ର ବିଭିନ୍ନ ଦୋକାନ ଦୋକାନ ବୁଲି କୋଭିଦ୍ ନିୟମ ଉଲଂଘନ କରିଥିବା ଦୋକାନ ଗୁଡ଼ିକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବ ରୁ ପୌରପରିଷଦ ଦୁଇଟି ଦୋକାନ କୁ ବନ୍ଦ କରିଥିବା ବେଳେ ଆଜି ମଙ୍ଗଳବାର ଦିନ ପାଞ୍ଚ ଟି ଦୋକାନ ସମେତ ଗୋଟିଏ ବ୍ୟାଙ୍କ୍ କୁ ସିଲ୍ କରିଛି। ଗୋଟିଏ ମୋବାଇଲ ଦୋକାନ, ଗୋଟିଏ ଡାକ୍ତରୀ ଚଷମା ଦୋକାନ, ଗୋଟିଏ ସାଲୁନ, ଗୋଟିଏ ସିମେଣ୍ଟ ଦୋକାନ, ଗୋଟିଏ ଟ୍ରାଭେଲ୍ ସମ୍ବନ୍ଧୀୟ ଦୋକାନ ଓ ୟୁକୋ ବ୍ୟାଙ୍କ ଆଦିକୁ ସିଲ୍ କରିଛି। ଟିଟିଲାଗଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ କହିଛନ୍ତି ଆଗକୁ ଆହୁରି କଡାକଡି କରାଯିବ। ଯେଉଁ ମାନେ ମାଷ୍କ ର ବ୍ୟବହାର କରୁନାହାଁନ୍ତି କିମ୍ବା ମାସ୍କ ବ୍ୟବହାର ରେ ଅବହେଳା କରୁଥିବା ଦେଖାଗଲେ ଫାଇନ ଆଦାୟ କରାଯିବା ଓ ଦୋକାନୀ ମାନେ କୋରୋନା ନିୟମ ଉଲଂଘନ କଲେ ଦୋକାନ ଗୁଡ଼ିକୁ ସିଲ୍ କରାଯିବା। ଅଯଥା ରେ ରାସ୍ତା ରେ ବୁଲୁଥିବା ଲୋକଙ୍କଠୁ ଫାଇନ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି। ଜରୁରୀ କାମ ନଥିଲେ ଘରୁ ନ ବାହାରି ପାଇଁ ପରାମର୍ଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post