ଧରାପଡି଼ଲେ ଆନ୍ତଃଜିଲ୍ଲା ଗାଡ଼ି ଚୋର ରାକେଟ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ପୋଲିସକୁ ମିଳିଛି ଏକ ବିରାଟ ସଫଳତା। ବିଭିନ୍ନ ଜିଲ୍ଲାରୁ ଗାଡ଼ି ଚୋରି କରୁଥିବା ଏବଂ ଚୋରା ଗାଡ଼ି ବିକ୍ରି କରୁଥିବା ଅଭିଯୋଗରେ ପାଞ୍ଚଜଣ ମୂଖ୍ୟ ଅପରାଧୀଙ୍କ ସହ ଚାରିଜଣ ନାବାଳକଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ। ଏମାନଙ୍କ ବିରୋଧରେ ପୋଲିସ କେସ ନଂ 614/20, 627/20,671/20 ଓ 674/20 ଅନୁଯାୟୀ କେସ ରୁଜୁ କରିଛି। ଏହି କେସ ଗୁଡ଼ିକ ଝାରସୁଗୁଡ଼ା ଟାଉନ ଥାନାରେ ଗତ 23/08/2020, 29/08/2020, 12/09/2020 ଓ 13/09/2020 ରେ ମାମଲା ହୋଇଥିଲା। ପୋଲିସ୍ ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ସୂଚନା ଦେଇଛନ୍ତି ଯେ ଚୋରି ଯାଇଥିବା ୪ ବୋଲେରୋ ଗାଡ଼ି ମଧ୍ୟରୁ ୩ଟି ବୋଲେରୋ ଓଡି- ୨୩-ଡି-୫୯୨୨,ଓଡି- ୨୩-ସି- ୭୮୫୦ ଓ  ଜିଏ- ୦୪ – ଟି- ୪୫୬୦  ଉଦ୍ଧାର କରାଯାଇଛି ଏବଂ ଏହାର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି। 

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବରଗଡ଼ର ରାଜୀବ କୁଅଁର (26),ସତ୍ୟମ ଚୌଧୁରୀ (23), କାହ୍ନା ଦାସ ( 27) ବର୍ତ୍ତମାନ ବରଗଡ଼ରେ ରହୁଥିବା ଝାରସୁଗୁଡ଼ାର ପିଣ୍ଟୁ ଜୟପୁରିଆ (19) ଓ ଗାଡ଼ି ଗୁଡ଼ିକୁ କ୍ରୟ କରିଥିବା ବୌଦର ରାଜା ଓରଫ୍ ଅଵ୍ଦୁଲ ଓରଫ କଲିମ ଖାନ୍।

Leave A Reply

Your email address will not be published.