ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ଗୀତିକାର, ଚଳଚ୍ଚିତ୍ର ନିର୍ମାତା ସାରଦା ପ୍ରସନ୍ନ ନାୟକଙ୍କ ରାଜ୍ୟସ୍ତରୀୟଏକାଦଶାହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସଂସ୍କୃତି ବିଭାଗ ପକ୍ଷରୁ ପାଳନ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଜଗତ ପ୍ରତି ସ୍ବର୍ଗତ ସାରଦା ପ୍ରସନ୍ନଙ୍କ ଅବଦାନ ଅତୁଳନୀୟ। ସେ ଛାଡ଼ି ଯାଇଥିବା ଛାପ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବା ସହ ଓଡ଼ିଆ କଳା ଜଗତକୁ ସର୍ବଦା ରୁଦ୍ଧିମନ୍ତ କରିବ। ତାଙ୍କ ଅମ୍ଳାନ ସ୍ମୃତିର ସମ୍ମାନରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ‘ଗୀତି କବିତା’ ପାଇଁ ସମ୍ମାନକୁ ‘ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ’ରେ ନାମିତ କରାଯିବ | ଏହା ସହିତ ପୁରସ୍କାର ରାଶିକୁ ୨.୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post