ଓଡିଶା ପାଇଁ ଗର୍ବର ଦିନ : ରାଜ୍ୟସଭାରେ ଅଧ୍ୟକ୍ଷତା କରି ସସ୍ମିତ କିଣିଲେ ସମସ୍ତଂକ ମନ 

0

 ୨୦  ବର୍ଷ ପରେ ଓଡ଼ିଆ ସଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଯୁବ ସଂସଦ ଡ଼ ସସ୍ମିତ ପାତ୍ର

ନୂଆଦିଲ୍ଲୀ / ଶାସକ ପ୍ରଶାସକ : ଆଜି ଓଡିଶା ପାଇଁ ସଂସଦରେ ଥିଲା ଗର୍ବର ଦିନ | ଦୀର୍ଘ  ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ଅଧିବେଶନ ପ୍ରୋସିଡ଼ିଙ୍ଗରେ ଅଧ୍ୟକ୍ଷତା କରିଥିଲେ। ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ମର୍ଯ୍ୟାଦାଜନକ ରାଜ୍ୟସଭାରେ  ପ୍ରଥମ ଥର ପାଇଁ ଅଧ୍ୟକ୍ଷତା କରିଛନ୍ତି  । ମହାମାରୀ ରୋଗ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ବିଲ୍ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ଡ଼ ପାତ୍ର ଆଜି ରାଜ୍ୟସଭା ପ୍ରୋସିଡ଼ିଙ୍ଗରେ ଅଧ୍ୟକ୍ଷତା କରି ଗୃହ ପରିଚାଳନା କରିଥିଲେ |  ରାଜ୍ୟସଭାରେ ଅଧ୍ୟକ୍ଷତା କରିବା ବେଳେ ଦଳମତ ନିର୍ବିଶେଷରେ ସବୁ ଦଳର ସାଂସଦ ମାନେ  ଡକ୍ଟର ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିନର ଅଧିବେଶନ ବନ୍ଦ ହେବା ପରେ ଅନେକ ରାଜ୍ୟସଭା ସାଂସଦ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ ଏବଂ କହିଥିଲେ ଯେ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ତାଙ୍କର ଭଦ୍ରୋଚିତ  ଆଚରଣ ଏବଂ ଧୈର୍ଯ୍ୟର ସହ ଗୃହ ପରିଚାଳନା ସମସ୍ତଙ୍କୁ ଆକୃଷ୍ଟ କରିଛି |

ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି ଗୁରୁତ୍ବପୁର୍ଣ୍ଣ ଅବସରକୁ ତାଙ୍କ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବଂ ଓଡିଶାର 4.5 କୋଟି ଜନସାଧାରଣଙ୍କୁ ଉତ୍ସର୍ଗ କରୁଛନ୍ତି, ଯାହାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛାରୁ ତାଙ୍କର  ରାଜ୍ୟସଭାକୁ  ଆସିବା ସମ୍ଭବ ହୋଇପାରିଛି | ଓଡ଼ିଶା ଏବଂ ଏହାର ଲୋକମାନଙ୍କ ପାଇଁ ସଂସଦରେ ଜଣେ  ଓଡିଆ ସଭାପତିତ୍ୱ କରିବା ନିଶ୍ଚିତ ଭାବେ ଏକ ଗର୍ବର ମୁହୂର୍ତ୍ତ |

 

Leave A Reply

Your email address will not be published.