ବୀରମହାରାଜପୁର / ସୁବର୍ଣ୍ଣପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୋନପୁର ମାଁ ଶୁରେଶରୀ ଙ୍କ ଠାରେ ଶୁଭ ପୂଜାର୍ଚ୍ଚନା ପରେ ପ୍ରିଅମ ପ୍ରଡକ୍ସନ ଦ୍ବାରା କୋଶଳୀ ଭାଷାରେ ନିର୍ମିତ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର “”କାଁଏଜେ ନାଇଁ ଦେମି ରକତ”” ର ସୁଟିଂ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଳାର ବିଭିନ୍ନ ସ୍ଥାନରେ ସୁଟିଂ କାର୍ଯ୍ୟକ୍ରମ ରହିଅଛି । ଏହି ଚଳଚ୍ଚିତ୍ରରେ ଦୁଇ ଜିଲ୍ଲାର ସ୍ଥାନୀୟ କଳାକାର ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ପରିଲକ୍ଷିତ ହୋଇଛି । ଏଭଳି ଏକ ସଚେତନତା ଧର୍ମୀ ସାଧାରଣ ଲୋକଙ୍କ ହୃଦୟକୁ ଛୁଇଁ ପାରିବ ଓ ଜନସାଧାରଣଙ୍କୁ ସଚେତନତା କରାଇପାରିବ ବୋଲି ପ୍ରୟୋଜଗ ମନୋଜ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି । ଏହି ଚଳଚ୍ଚିତ୍ରକୁ ଲକ୍ଷ୍ମଣ ମହାପାତ୍ର ନିର୍ଦ୍ଦେଶନା ଦେଉଥିବା ବେଳେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା କଳାକାର ରାଜେନ୍ଦ୍ର ବାରିକ, ଗୋବର୍ଦ୍ଧନ ବସ୍ତିଆ, ଆଶୁତୋଷ ପୂଜାରୀ, ଅଜିତ ବସ୍ତିଆ, କ୍ଷେତ୍ରବାସୀ ପ୍ରଧାନ, ଶିବ କମ୍ପ, ନାରୀ ଭୂମିକାରେ ଅଞ୍ଜଳି ପାଢୀ, ପିଙ୍କି ବେଗମ ,ରଞ୍ଜୁ ଅମାତ ପ୍ରମୁଖ ଅଭିନୟ କରିଛନ୍ତି । ଭିଡିଓ ଗ୍ରାଫାଇଟ୍ ରାଧାକାନ୍ତ ସିଂ ଓ ସହଯୋଗୀ ସୀତାକାନ୍ତ ସିଂ ରହିଛନ୍ତି ।
Sign in
Sign in
Recover your password.
A password will be e-mailed to you.