କୋରୋନା ରେ ପୀଡ଼ିତ ଦୃଷ୍ଟିହୀନ ପରିବାରକୁ ଦରଦୀ ହାତ ବଢ଼ାଇଲା  ‘ଜୟ ଓଡ଼ିଶା’।

0

ଭୁବନେଶ୍ୱର,(ଶାସକ ପ୍ରଶାସକ): କୋରୋନା ଏବେ ଆମ ରାଜ୍ୟ ଓଡ଼ିଶାର ସବୁ କୋଣ ଅନୁକୋଣରେ ପହଞ୍ଚିସାରିଛି । ଏହା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ଏକ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବରର ୟୁନିଟ୍ ୯ ସ୍ଥିତ ସୁଧାନିଧିସ୍ୱର ବସ୍ତିର ଏକ ଦୃଷ୍ଟିହୀନ ପରିବାରର ଦୁଇଜଣ ସଦସ୍ୟ କୋରୋନା ରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସରକାରୀ ନିୟମ ଅନୁସାରେ ସେମାନଙ୍କ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ହେତୁ  ସେମାନେ “ହୋମ୍ ଆଇସୋଲେସନ୍” ରେ ରହୁଥିବାରୁ ଅତ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ନିମନ୍ତେ ବାହାରକୁ ପାଦ ରଖିବା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବପର ହୋଇ ନଥିଲା । ଏହି ପରିସ୍ଥିତିରେ ଯଥାଶୀଘ୍ର କିଛି ସାହାଯ୍ୟ ନିମନ୍ତେ ସେଇମାନେ ବିଏମସିକୁ ଯୋଗାଯୋଗ କରିଥିଲେ । ବିଏମସି କର୍ମଚାରୀଙ୍କ ଠାରୁ ଏହି ବିଷୟରେ ଅବଗତ ହେବା ପରେ ଏହି ଦୃଷ୍ଟିହୀନ ପରିବାରର ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲା ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଜୟ ଓଡ଼ିଶା’। 

ଖବର ପାଇବା କ୍ଷଣି ଜୟ ଓଡ଼ିଶାର କିଛି ସ୍ବେଚ୍ଛାସେବୀ ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ପାଖାପାଖି ୧୫ ଦିନ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଅତ୍ୟାବଶ୍ୟକୀୟ ଜିନିଷ ସହିତ ରାସନ୍ ସାମଗ୍ରୀ, ବିଭିନ୍ନ ଔଷଧ ତଥା ମାସ୍କ୍, ସାନିଟାଇଜର୍ ଆଦି ଯୋଗାଇଥିଲେ। ତତ୍ସହିତ ଏହି ଘରର ଅତ୍ୟନ୍ତ ନିକଟବର୍ତ୍ତୀ ପରିବାର ଗୁଡିକୁ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ଥିବା ବିଷୟରେ ହୃଦୟଙ୍ଗମ କରି ସେମାନଙ୍କୁ “ଜୟ ଓଡ଼ିଶା କୋଭିଡ୍-୧୯ ପ୍ରତିକାର କିଟ୍” ପ୍ରଦାନ କରିବା ସହ ସାମାଜିକ ଦୂରତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। 

http://www.youtube.com/watch?v=HEYV1dlC-vA 

ଆଜିର ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଏମସି ଆସିଷ୍ଟାଣ୍ଟ କମିଶନର ଶ୍ରୀ ଲିଲନ୍ ସାହୁ କହିଛନ୍ତି ଯେ – “ଏହି ପରିବାରଟି କୋରୋନା ସଂକ୍ରମିତ ବୋଲି ଜାଣିବା ପରେ ଜୀବନ ଜୀବିକା କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସେଇମାନେ ବିଏମସିକୁ ଯୋଗାଯୋଗ କରିବା ପରେ ଏହି କାର୍ଯ୍ୟକୁ ଆମେ ଜୟ ଓଡ଼ିଶାକୁ ହସ୍ତାନ୍ତର କରିଥିଲୁ ଓ ଜୟ ଓଡ଼ିଶାର ଏହି ନିଷ୍ଠାପର କାର୍ଯ୍ୟ ନିମନ୍ତେ ଏହାର ପ୍ରତିଷ୍ଠାତା ଓ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଉଛୁ।”

ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ଦୃଷ୍ଟିହୀନ ପରିବାରକୁ ଆଗାମୀ ଦିନରେ ମଧ୍ୟ ସମସ୍ତ ଆବଶ୍ୟକତା ପୂରଣରେ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ଏପରି ଏକ ଅଭାବନୀୟ ସମୟରେ ସମସ୍ତ ରାଜ୍ୟବାସୀ  ନିଜର ମନୋବଳ ଦୃଢ଼ ରଖିବା ସହିତ ଚିନ୍ତିତ ନହୋଇ ମନକୁ ଶାନ୍ତ ଓ ଖୁସି ରଖିବା ପାଇଁ ଅନୁରୋଧ କରିଥିଲେ।

 

Leave A Reply

Your email address will not be published.