ବୈଜୟନ୍ତ ପଣ୍ଡାଙ୍କ ୨ ଦିନିଆ ମଣିପୁର ଗସ୍ତ

0

  ମଣିପୁରରେ ସେବା ସପ୍ତାହ ଅବସରରେ ବୃକ୍ଷରୋପଣ

  ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବିଜେପି ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲଙ୍କ ସହ ଦୁଇଦିନିଆ ମଣିପୁର ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଗତକାଲି ଶ୍ରୀଯୁକ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ, ମଣିପୁର ପ୍ରଦେଶ ସଭାପତି ଏନ. ଟିକେନ୍ଦ୍ର ସିଂ ତଥା ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଆଜି ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା, ବିଧାନସଭା ବାଚସ୍ପତି ୱାଇ. ଖେମଚାନ୍ଦ, ମଣିପୁର ଆରଏସଏସ ପ୍ରାନ୍ତ ପ୍ରଚାରକ, ଅବସରପ୍ରାପ୍ତ ଲେଫ୍ଟନେଣ୍ଟ ଜେନେରାଲ ହିମାଳୟ ସିଂ ଓ ମୁଖ୍ୟ ଶାସନ ସଚିବ ରାଜେଶ କୁମାରଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ମଣିପୁର ରାଜ୍ୟ ବିଜେପି ଉପସଭାପତି ସାରଦା ଦେବୀଙ୍କ ଦ୍ୱାରା ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଭାଗ ନେଇଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ବିଚାରକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି। 

ସୂଚନା ଥାଉ କି ଗତ ଜୁଲାଇରେ ମଣିପୁରରେ ରାଜନୈତିକ ଅସ୍ଥିରତା ଓ ସେଠାକାର ବିଜେପି ନେତୃତ୍ୱାଧୀନ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିବା ସମୟରେ ଏହାର ସମାଧାନ ଲାଗି ଶ୍ରୀଯୁକ୍ତ ପଣ୍ଡା ମଣିପୁର ଗସ୍ତ କରିଥିଲେ। ଏହାର ୧୫ ଦିନ ପରେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.