ବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ 

0

 ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ଜଣ ମୃତ ଜଣେ ଗୁରୁତର। ମୃତକ ମାନେ ହେଲେ ସ୍କୁଟି ଅରୋହି ପ୍ରଶାନ୍ତ ନାୟକ ଏବଂ ବାଇକ ଆରୋହି ସାନୁଜ ନାୟକ । ସ୍କୁଟିରେ ବାଇଥିବା ଅଜିତ ଭୋକ୍ତାଙ୍କଠୁ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଗୁରୁତରଙ୍କୁ ପ୍ରଥମେ ହରଭଙ୍ଗା ଡକ୍ଟରଖାନରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାକୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡକ୍ଟରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହରଭଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.