ସେଲ୍ଫି ହେଲା କାଳ ! ମୋବାଇଲ ସାଙ୍ଗରେ ଡ୍ୟାମକୁ ଡେଇଁଲେ ଯୁବ ଇଂଜିନିୟର

0

ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ ।

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ): ବୋୖଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝାର ଡ୍ୟାମକୁ ଗାଧୋଇବାକୁ ଯାଇ ଯୁବ ଇଂଜିନିୟର ମୃତ। ମୃତକ ହେଲେ ତାମିଲନାଡୁର ଆର.ମୁକୁନ୍ଦମ। ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ ପ୍ରୋଜେକ୍ଟ ରେ ନିୟୋଜିତ ଥିଲେ। ମିଳିଥିବା ସୂଚନା ଅନୁସାରେ ଆଜି ନିଜ ୩ ଜଣ ସହଯୋଗୀଙ୍କ ସହ ମିଶି ପାଲଝାର ଡ୍ୟାମକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ ଫୋନ ପାଣିରେ ପଡିଯାଇଥିଲା। ଫଳରେ ସେ  ଡ୍ୟାମ ଭିତରକୁ ଡେଇଁ ପଡ଼ିଥିଲେ । ଅନେକ ସମୟ ପରେ ମଧ୍ୟ ସେ ବାହାରକୁ ବହାରିନଥିବାରୁ ସହଯୋଗୀ ମାନେ ମଧ୍ୟ ତାଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହୋଇ ବୋୖଦ୍ଧ ଅଗ୍ନିଶମ ଓ ଓଡ୍ରାପ ଟିମ ଖବର ଦିଆଯାଇଥିଲା । ସେଠାରେ ଉଭୟ ଟିମ ବହୁ ଖୋଜାଖୋଜି ପରେ ଇଂଜିନିୟର ଙ୍କ ମୃତ ଦେହକୁ ପ୍ରାୟ ଏକ କିମି ଦୂରତା ରେ ଠାବ କରିଥିଲେ । ତେବେ ପୋଲିସ ଏହି ଘଟଣାର  ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.