ଭଟଲି ହାଇସ୍କୁଲରେ ବ୍ଲକସ୍ତରୀୟ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ: ୬ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ 

0

 

23-05-18-bhatli.jpg - 58.10 kB

ଭଟଲି-ବରଗଡ଼ ଜିଲା ଭଟଲି ଉଚ୍ଚ ବିଦ୍ୟାଳୟରେ ବୁଧବାର ବ୍ଲକସ୍ତରୀୟ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମଗାଁ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଜରାଜ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବରଗଡ଼ ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହା ସହିତ ଗତ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ୬ଜଣ ଛାତ୍ରୀଛାତ୍ରଙ୍କୁ ସମ୍ମର୍ଦ୍ଧିତ କରିଥିଲେ। ଏହି ସଭାରେ ଉପସ୍ଥିତ ରହିଥିବା ଚଳିତ ବର୍ଷର ଦଶମ ଶ୍ରେଣୀର ସାଇନିଂଷ୍ଟାର ଛାତ୍ରୀଛାତ୍ରଙ୍କୁ ଏହିପରି ସଫଳତା ପାଇବା ପାଇଁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ନୂଆଁଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ଏବିଇଓ ଜ୍ୟୋତିକାନ୍ତ ସାହୁ, ଜିଲାପରିଷଦ ସଭ୍ୟ ନିତ୍ୟାନନ୍ଦ ପଧାନ, ଜିଲା ବିଜ୍ଞାନ ନୀରିକ୍ଷକ ମନୋଜ କୁମାର ସାହୁ, ଏବିଇଓ ପ୍ରଫୁଲ୍ଲ କୁମାର ନନ୍ଦ, ଏବିଇଓ ଅରୁଣ କୁମାର ବେହେରା ଏବଂ ଭଟଲି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲାବଣ୍ୟବତୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀଛାତ୍ରଙ୍କ ଏବଂ ଅଭିଭାବକଙ୍କ ପାଇଁ ନିଜ ଉତ୍ସାହପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ବ୍ଲକର ନୂଆଁଗଡ଼ ହାଇସ୍କୁଲର ଛାତ୍ର ପ୍ରତ୍ୟୁଷ କୁମାର ବାରିକ ଓ ଛାତ୍ରୀ ଆଲିସା ରାଣୀ ସାହୁ, ଭଟଲି ସତୀହାରୀ ବାଳିକା ହାଇସ୍କୁଲର ଛାତ୍ରୀ ତନୁଶ୍ରୀ ସାହୁ ଓ ଅନୁଶ୍ରୀ ଅଗ୍ରୱାଲ, ବିଛୁଆଁ ହାଇସ୍କୁଲର ଦେବାଶିଷ ଜେନା ଏବଂ ତରକାନା ସରକାରୀ ହାଇସ୍କୁଲର ଛାତ୍ରୀ ରଶ୍ମିତା ସୁନାନୀ ସମ୍ମର୍ଦ୍ଧିତ ହେବା ସହିତ ସେମାନଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ଏହା ସହିତ ଏ-୧ ଗ୍ରେଡ଼ ପାଇଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକ ମଧ୍ୟ ନିଜ ଶିଶୁମାନଙ୍କ ପାଇଁ କଣସବୁ ବ୍ୟବସ୍ଥା କରିଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସତୀହାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ଶିକ୍ଷକ ଲଲିତ ବିଶ୍ୱାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

 

Leave A Reply

Your email address will not be published.