“ଏକ ସାମାଜିକ ଅସନ୍ତୁଳନତା ଆଡକୁ ମୁହାଉଁଛେ ଆମେ”

0

ଭ୍ରୁଣର ଲିଙ୍ଗ ନିରୁପଣ ନିଷେଧ ସମ୍ପର୍କିତ ଅଂଶିଦାରମାନଙ୍କର କର୍ମଶାଳା 

24-05-18-2018.jpg - 103.31 kB

ଯାଜପୁର (ଜୟଶଙ୍କର ଦାଶ)  ଭୃଣଲିଙ୍ଗ ନିରୁପଣହେଉଛି ଏକ ଆଇନ ଗତ ଅପରାଧ । ଏହି ଲିଙ୍ଗ ନିର୍ଦ୍ଧାରଣ ଲାଗି  ପରୀକ୍ଷାକରୁଥିବାଏବଂଗର୍ଭବତୀମହିଳାମାନଙ୍କୁ ପରୀକ୍ଷାଲାଗି ପ୍ରବର୍ତାଉଥିବାଡ଼ାକ୍ତର ଓ ରେଡ଼ିଓଲୋଜିବିଶେଷଜ୍ଞମାନଙ୍କୁ ୫ବର୍ଷ କାରାଦଣ୍ଡ ସହ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ଦିଆଯିବାର ଆଇନରେ ବ୍ୟବସ୍ଥା ରହିଛି  ବୋଲି ବିଷୟ ବିଶାରଦ ତଥା ମୁଖ୍ୟ ଅତିଥି ଭାବେଯୋଗ ଦେଇଥିବା ଖୋର୍ଦ୍ଧାକିଶୋର ନ୍ୟାୟ ପରିଷଦର ସଦସ୍ୟା ନମ୍ରତା ଚଢ଼ା ମତବ୍ୟକ୍ତ କରିଛନ୍ତି । ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ ଗୃହରେ ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଭ୍ରୁଣର ଲିଙ୍ଗ ନିରୁପଣ ନିଷେଧ ଆଇନ ସମ୍ପର୍କିତ ଅଂଶିଦାରମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଶ୍ରୀମତି ଚଢ଼ା ଯୋଗ ଦେଇ ଲିଙ୍ଗନିରୁପଣ ପରିଣାମ ସମ୍ପର୍କରେ ଆଲୋଚନା କରିବା ସହିତଏହା ଏକ କୁତ୍ସିତ  ପ୍ରଥା ବୋଲି ମତବ୍ୟକ୍ତ କରିଥିଲେ । ଲିଙ୍ଗ ନିରୁପଣ ଆଇନ୍ ଦ୍ୱାରା ନିଶିଦ୍ଧ ହେବା ସମ୍ଭବ ବୋଲି ସୂଚନା ଦେଇ ଅଲଟ୍ରାସାଉଣ୍ଡର ଅପବ୍ୟବହାର କରି ଲିଙ୍ଗ ନିରୁପଣ ଓ ତାପରେ  ଗର୍ଭପାତକୁ ପ୍ରତିରୋଧ କରିବା ହେଉଛିଏହି ଅଧିନିୟମରେ ମୁଖ୍ୟ ଅଭିପ୍ରାୟ । ଯାଜପୁରଜିଲ୍ଲାରେ ୧ହଜାର ପୁତ୍ରସନ୍ତାନ ମଧ୍ୟରେ ୯୫୩ଜଣ କନ୍ୟାସନ୍ତାନ ଜନ୍ମହେଉଥିବା ଏକ ସର୍ବେକ୍ଷଣ ପରିସଂଖ୍ୟାନ ରିପୋର୍ଟରୁ ପ୍ରକାଶକରିଥିଲେ ।  ଆଗାମୀ ଦିନରେ ସାମାଜିକ ସଂକଟ ଦେଖାଯିବା ସହିତ ଲିଙ୍ଗଗତ ଅସ୍ଥିରତା ଦେଖାଯିବା ସୁନିଶ୍ଚିତ ହୋଇପଡ଼ିଛି ।  ଅତ୍ୟାଧିନିକ ପ୍ରଣାଳୀରେ ଗର୍ଭସ୍ଥଶିଶୁରଲିଙ୍ଗ ନିର୍ଦ୍ଧାରଣକରିବାଏବଂ ପ୍ରକାଶ କରିବା ଆଇନ୍ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ବୋଲି ସେ ସୂଚନା ଦେଇଥିଲେ । ଜିଲାମୁଖ୍ୟଚିକିତ୍ସାଧିକାରୀ ଡ଼ାକ୍ତର  ଦାସ ଏଥିରେ ଅଧ୍ୟକ୍ଷତା କରିଲିଙ୍ଗ ନିରୁପଣ ନିରୋଧ ଆଇନକୁ କଡାକଡ଼ିଭାବେ ପାଳନ କରାଯିବା ପାଇଁ  ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଜିଲା ମେଡ଼ିକାଲ ଅଧିକ୍ଷକ ଡ଼ାକ୍ତର ଫଣୀନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ା ରୁଦ୍ରପ୍ରତାପ କର, ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଅମିତାମିଶ୍ର, କେନ୍ଦ୍ରାପଡ଼ା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ, ଯାଜପୁର ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରୀତା ବେହେରା, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଚୈାଧୁରୀ ସ୍ୱରୁପ ମିଶ୍ର ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶଦ ଭାବେ ଆଲୋଚନା କରିଥିଲେ ।  ଶିଶୁମଙ୍ଗଳ କମିଟି ସଦସ୍ୟ, ଜିଲା ଶିଶୁ ସୁରକ୍ଷାୟୁନିଟ୍ର କର୍ମଚାରୀ, ଜିଲାର ୧୦ଟି ବ୍ଲକର ସିଡ଼ିପିଓ, ମେଡ଼ିକାଲ ଅଫିସର, ସମସ୍ତ ଅଲଟ୍ରା ସାଉଣ୍ଡ କ୍ଲିନିକ୍ମାଲିକ, ଏନ୍ଜିଓ କର୍ମକର୍ତାମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଜିଲା ଶିଶୁସୁରକ୍ଷା ଅଧିକାରୀ ନିରଞ୍ଜନ କର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  

Leave A Reply

Your email address will not be published.