ଅତାବିରାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ସୁରକ୍ଷା ଅଭିଯାନ । On May 23, 2018 13 Share ଅତାବିରା/Nila Deep -ସମଗ୍ର ଓଡିଶାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପଂଚମ ଦିନରେ ଅତାବିରା ରଣେଶ୍ୱର ରାମଖଣ୍ଡି କଲ୍ୟାଣ ମଣ୍ଡପ ଠାରେ ନାରୀ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ନାରୀ ନିଯ୍ୟାତନା ତଥା ଅତ୍ୟାଚାରକୁ ଆଖି ଆଗରେ ରଖି ମହିଳା ମୋର୍ଚ୍ଚା ବରଗଡ଼ ଜିଲ୍ଲା ଗୋଡଉଗାଁ ଛକ ଠାରେ ବ୍ରଜରାଜ ନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅତାବିରା ସ୍ଥିତ ଶ୍ରୀରଣେଶ୍ୱର ରାମଚଣ୍ଡୀ ଠାରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଶତାଧିକ ନାରୀ ନେତ୍ରୀ ଯୋଗ ଦେଇଥିବା ବେଳେ ସଂଯୋଜକ ଜିଲ୍ଲା ସାମ୍ବାଦିକ ଡ. ସରସ୍ୱତୀ, ସଭାପତି ଜିଲ୍ଲା ମହିଳା ସଭାନେତ୍ରୀ ମୀନା ସରାଫ ଉପସ୍ଥିତ ଥିବା ବେଳେ ସ୍ୱାଗତ ଭାଷଣ ନାରୀନେତ୍ରୀ ସୁନନ୍ଦା ମେହେର, ମହିଲା ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ପୁଜା ମହାପାତ୍ର, ଜିଲ୍ଲା ସାମ୍ବାଦିକା ସଂଜୁଲତି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । 13 Share FacebookTwitterGoogle+ReddItWhatsAppPinterestEmail