ମାତୃଭାଷା ଓଡିଆରେ ଲାଗିଲା ବ୍ୟାନର ପୋଷ୍ଟର

0

23-05-18-padam.jpg - 135.99 kBପଦ୍ମପୁର/ନୀଳ  ଦୀପ .  ବରଗଡ ଜିଲ୍ଲା ପଦ୍ମପୁର ଠାରେ ଜନସାଧାରଣଙ୍କ ଭିତରେ ଦେଖାଦେଇଛି ଏକ ନୂତନ ପଦକ୍ଷେପ । ସମସ୍ତ ଦୋକାନ ବାହାରେ ଲାଗିଥିବା ବିଭିନ୍ନ ଭାଷାର ପୋଷ୍ଟର ଗୁଡିକୁ ହଟାଇ ଓଡିଆ ରେ ଲେଖାଯାଇଛି । ମାରବାଡି ଯୁବା ମଂଚ ଆନୁକୁଲ୍ୟରେ ପ୍ରେସିଡେଂଟ ମୁକେଶ ଅଗ୍ରୱାଲ, ସେକ୍ରେଟାରୀ ଅମିତ ଅଗ୍ରୱାଲ, ଭଜନ  ଅଗ୍ରୱାଲ, ଅତୁଳ ଅଗ୍ରୱାଲ, ନରେଶ ଅଗ୍ରୱାଲ, ଆଶିଷ ବଂସଲ, ଅଜୟ ଫଲସଦିଆ, ସୁନିଲ ଅଗ୍ରୱାଲ ଓଡିଆ ପୋଷ୍ଟର ଲଗାଇଥିବା ସମସ୍ତ ଦୋକାନୀ ମାନଙ୍କୁ ମାରୱାଡି ଯୁବା ମଂଚ ପଦ୍ମପୁର ଶାଖା ତରଫରୁ ଗୋଟିଏ ଲେଖାଏଁ ଅମୃତଧାରା ମାଠିଆ ପ୍ରଦାନ କରି ଉତ୍ସାହିତ   କରିଛନ୍ତି । ଆଗାମୀ ଦିନରେ ସମସ୍ତ ଦୋକାନ, ଅଫିସ ଗୃହ ବାହାରେ ଓଡିଆ ନାମ ଫଲକ ରହିବ ବୋଲି ପ୍ରକାଶ କରିଛନ୍ତି । ଏଭଲିଆ ସୁନ୍ଦର ପଦକ୍ଷେପ ପାଇଁ ପଦ୍ମପୁରବାସୀ ପ୍ରଶଂସନୀୟ ।  

 

Leave A Reply

Your email address will not be published.