ଶିକ୍ଷକ ତରଣୀସେନ ବରିହାଙ୍କ ବିୟୋଗ ରେ ଶିକ୍ଷକ ସଂଘ ତରଫରୁ ଅନ୍ତିମ ଶ୍ରଦ୍ଧାଞ୍ଜଳି।

0

ପଦ୍ମପୁର-୨୪/୮ ରାଜବୋଡାସମ୍ବର ବ୍ଲକ ର ବଳଷ୍ଠ ଶିକ୍ଷକ ତଥା ଭେଉଁରିଆ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତରଣୀସେନ ବରିହାଙ୍କ ଗତ ରବିବାର ଦିନ ଚିକିତ୍ସାଧନ ଅବସ୍ଥାରେ ରୟପୁରଠାରେ ପରଲୋକ ହୋଇଥିଲା।ଆଜି ତାଙ୍କ ପାର୍ଥିବ ଶରୀର କୁ ଅନ୍ତିମ ଦର୍ଶନ ପାଇଁ ପଦ୍ମପୁର ସ୍ଥିତ ଶିକ୍ଷକ ଭବନଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବରିଷ୍ଠ ଶିକ୍ଷକ ଲମ୍ବୋଦର ବିହାରୀ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ।ଶିକ୍ଷକ ଭବନଠାରେ ସଂଘ ସଭାପତି ସଦାନନ୍ଦ ପୁରୋହିତ, ଏବିଇଓ ଧବଳେଶ୍ବର ବରିହା,ଅଶୋକ କୁମାର ବହିଦାର, ଅଶୋକ କୁମାର ପାଣିଗ୍ରାହୀ, ଭୋଜରାଜ ସ୍ବାଇଁ, ଜତିନ୍ଦ୍ର ଦାଶ,ମନୋଜ କୁମାର ପଣ୍ଡା, ସାନ୍ତାନୁ ସରାଫ, ଲଲିତ କୁମାର ଦାଶ, ଲଲିତ ମୋହନ ଦାଶ, ବିଶ୍ବନାଥ ଯୋଷୀ,ବିରେନ୍ଦ୍ର ପ୍ରଧାନ, ପୁରନ୍ଦର ଭୋଇ,ଟିକୁନୁ ସାହୁ, ଭରତ ଚନ୍ଦ୍ର ସାହୁ, ରବିନାରାୟଣ ପଣ୍ଡା ପ୍ରଭୃତି ବହୁ ଶିକ୍ଷକ ଶେଷ ଦର୍ଶନ କରିଥିଲେ।

Leave A Reply

Your email address will not be published.