କରୋନାର କଟକଣା :ବିଧିରକ୍ଷା ପାଇଁ ମାଁ ସମଲେଶ୍ବରୀଙ୍କ ଠାରେ ଜଲିଲା ଶାନ୍ତି ଏକତା ଭାଇଚାରାର ମଶାଲ

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ରବିବାର କରୋନା କଟକଣା ଭିତରେ ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୂଆଁଖାଇ।ନୂଆଁଖାଇ ପରେ ଗାଁ ଗାଁ ରେ  ଆରମ୍ଭହୁଏ “ନୂଆଁଖାଇ ଭେଟ ଘାଟ” ଚଲିତ ବର୍ଷ କରୋନା କଟକଣା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ କୌଣସି ଗ୍ରାମରେ ନୂଆଁଖାଇ ଭେଟ ଘାଟ କାର୍ଯ୍ଯକ୍ରମ ହୋଇ ପାରି ନାହିଁ। 

 ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମରେ ଏହି ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଆଜିକୁ ୧୫ ବର୍ଷରୁ ଉର୍ଦ୍ଧ ହେବ ପାଳନ କରାଯାଇ ଅଞ୍ଚଳର ବିଭିନ୍ନ ବର୍ଗରେ ପାରଦର୍ଶିତା ହାସଲ କରିଥିବା ବରପୁତ୍ର ମାନଙ୍କୁ ସମ୍ମାନିତ କରାଯାଇଥାଏ ଏବଂ ମାଁ ସମଲେଶ୍ବରୀଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ଗ୍ରାମକୁ ଅଣା ଯାଇଥାଏ।

ଚଳିତ ବର୍ଷ କରୋନା କଟକଣା ପାଇଁ ଏହା କରା ନଯାଇ ରବିବାର ନୂଆଁଖାଇ ପରେ ନୂଆଁଖାଇ ଭେଟ ଘାଟ କମିଟି ପକ୍ଷରୁ ବିଧିରକ୍ଷା ପାଇଁ  ଗ୍ରାମରେ ଥିବା ମାଁ ସମଲେଶ୍ବରୀଙ୍କ ମନ୍ଦିରରୁ ଶାନ୍ତି ଏକତା ଭାଇଚାରର ମଶାଲ ଜଲାଇ ସାମାଜିକ ଦୂରତ୍ବକୁ ରକ୍ଷା କରି ଗ୍ରାମର ଜଗନ୍ନାଥ ମନ୍ଦିର ପରିସରକୁ ଆସି ଦେଶର ମଙ୍ଗଳ କାମନା କରିଥିଲେ।

Leave A Reply

Your email address will not be published.