୪୧ ଜଣ ଯୁବଛାତ୍ର ନେତାଙ୍କୁ ବିଜେଡି ଦେଲା ଦଳର ଯୁଗ୍ମ ସମ୍ପାଦକ ଦାୟିତ୍ୱ

0

ଭୁବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ରଦ୍ଦ କରି ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ୪୧ ଜଣ ଯୁବ ଓ ଛାତ୍ରନେତାଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ବିଭାଗ ଦାୟିତ୍ୱରେ ରଖାଯାଇଛି  ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର)  ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଆଜି ନିଯୁକ୍ତ ହୋଇଥିବା ଯୁଗ୍ମ ସମ୍ପାଦକଙ୍କ ମଧ୍ୟରେ ଦଳର ବରିଷ୍ଠ ଯୁବନେତା ସଞ୍ଜୟ ବାବୁଙ୍କୁ (ସଶକ୍ତ ଓଡ଼ିଶା), ସଞ୍ଜିତ୍ ମହାନ୍ତିଙ୍କୁ (ପରିବେଶ), ଏମ୍. ଧନଞ୍ଜୟ ରେଡ୍ଡୀ (ଯୁବ ବ୍ୟାପାର), ସନ୍ତୋଷ ବେଜ୍ (କଳା/ସଂସ୍କୃତି/ମାନବ ସମ୍ବଳ), ସମୀର ପ୍ରଧାନ (ଓଡ଼ିଶା ମୋ ପରିବାର), ଦେବାଶିଷ ସିଟ୍ (ଏସସି ସଶକ୍ତିକରଣ), ଜ୍ୟୋତି ରଞ୍ଜନ ଜେନା (ଯୁବ ବ୍ୟାପାର), ପୃଥ୍ୱୀରାଜ ସାହୁ (ଆଦିବାସୀ ସଶକ୍ତିକରଣ/ ସଂଖ୍ୟାଲଘୁ ବ୍ୟାପାର), ପ୍ରକାଶ କୁମାର ଡାଙ୍ଗ୍ (ଛାତ୍ର ବ୍ୟାପାର), ଶ୍ରୀମତୀ ଡେଜାଲିନ୍ ମହାପାତ୍ର (ମହିଳା ସଶକ୍ତିକରଣ), ସ୍ୱରାଜ ଲକ୍ଷ୍ମୀ ସାମଲ (ମହିଳା ସଶକ୍ତିକରଣ), ରେଜୱନ ବେଗମ୍ (ସଂଖ୍ୟାଲଘୁ ବ୍ୟାପାର), ଶ୍ରୀମତୀ ସଂଘମିତ୍ରା ଜେନା(ମହିଳା ସଶକ୍ତିକରଣ) , ଶ୍ରୀମତୀ ସବିତା ମହାପାତ୍ର (ମହିଳା ସଶକ୍ତିକରଣ), ସବିତା ପ୍ରଧାନ (ମହିଳା ସଶକ୍ତିକରଣ), ଜାହିର ଖାନ୍ (ସଂଖ୍ୟାଲଘୁ ବ୍ୟାପାର), ପ୍ରଦୀପ ବିଷୋୟୀ (ସାମାଜିକ କଲ୍ୟାଣ), ଚକ୍ରଧର ହେମ୍ବ୍ରମ୍ (ଆଦିବାସୀ ସଶକ୍ତିକରଣ/ ସଂଖ୍ୟାଲଘୁ ବ୍ୟାପାର), ଧର୍ମେନ୍ଦ୍ର ଅଧିକାରୀ (ପରିବେଶ), ଦିଲ୍ଲୀପ ଧୂରିଆ (ଏସସି ସଶକ୍ତିକରଣ), ଅବନୀ ରଞ୍ଜନ ଯୋଶୀ (ଆଞ୍ଚଳିକ ଉନ୍ନୟନ), ରାକେଶ ରାମ୍ (ଛାତ୍ର ବ୍ୟାପାର), କୈଳାସ ରଣା (ସଶକ୍ତ ଓଡ଼ିଶା), ପ୍ରଶାନ୍ତ ନାୟକ (ଆଞ୍ଚଳିକ ଉନ୍ନୟନ), ଅଶୋକ ସାହୁ (ସାମାଜିକ କଲ୍ୟାଣ), ଜଗନ୍ନାଥ ଦାସ (କଳା/ସଂସ୍କୃତି/ମାନବ ସମ୍ବଳ), ହରିଶଙ୍କର ରାଉତ (ଛାତ୍ର ବ୍ୟାପାର), ତୁମ୍ବନାଥ ପଣ୍ଡା (ଆଞ୍ଚଳିକ ଉନ୍ନୟନ), ହିମାଂଶୁ ଦାସ (ପରିବେଶ), ସତ୍ୟ ରଞ୍ଜନ ଦାସ (ସାମାଜିକ କଲ୍ୟାଣ), ରାଜକମଲ ଜେନା (ସଶକ୍ତ ଓଡ଼ିଶା), ଜ୍ଞାନ ଗିରି ଗୋସ୍ୱାମୀ (ପରିବେଶ), ପୁଲକ ମହାନ୍ତି (ଆଞ୍ଚଳିକ ଉନ୍ନୟନ), ରାକେଶ ପଣ୍ଡା (କଳା/ସଂସ୍କୃତି/ମାନବ ସମ୍ବଳ), ଗତିକୃଷ୍ଣ ନନ୍ଦ (ସାମାଜିକ କଲ୍ୟାଣ), ତନ୍ମୟ ସ୍ୱାଇଁ (ଛାତ୍ର ବ୍ୟାପାର), କିଶୋର ନାୟକ (ସାମାଜିକ କଲ୍ୟାଣ), ରଞ୍ଜିତ୍ ରାୟ (ଓଡ଼ିଶା ମୋ ପରିବାର), ରାଜେଶ ପଣ୍ଡା (ପରିବେଶ), ରୁଦ୍ର ସାମନ୍ତରାୟ(ଓଡ଼ିଶା ମୋ ପରିବାର) ଓ  ଦୀପ୍ତିକାନ୍ତ ପରିଜାଙ୍କୁ  (ଓଡ଼ିଶା ମୋ ପରିବାର) ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.