ଯୁକ୍ତ ୨ ବାଣିଜ୍ୟ: ଜିଲ୍ଲାରେ ଶୀର୍ଷ ସ୍ଥାନରେ ଦୁଇ ଝିଅ 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ବହଳଦା ଧୀରଜ ଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଲିଜ଼ା ଅଗ୍ରୱାଲ ୬୦୦ ମାର୍କରୁ  ୫୪୮ ନମ୍ବର ରଖି ଜିଲାରେ ଟପର ହୋଇଥିବା ବେଳେ  ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ସାଇମାସ୍ମୃତି ସାହୁ ୫୪୩ ନମ୍ବର ରଖି ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି । 

ସାଇମାସ୍ମୃତିଙ୍କ ପିତା ଅଭିରାମ ସାହୁ ମୟୂରଭଞ୍ଜ କଲେକ୍ଟରେଟରେ ସେକ୍ସନ ଅଫିସର  ଭାବେ କାର୍ଯ୍ୟ କରୁଥିବା ବେଳେ ମାତା  ଅନୁପମା ସାହୁ ଗୃହିଣୀ ଅଟନ୍ତି । ଅନୁପମା ଭବିଷ୍ୟତରେ ଜଣେ ଭଲ ଚାର୍ଟାଡ଼ ଆକାଉଣ୍ଟେଣ୍ଟ ହେବାର ଲକ୍ଷ ରଖିଛନ୍ତି ଏବଂ ତାଙ୍କର ସଫଳତା ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ବାପା, ମା ଙ୍କ ଆର୍ଶୀବାଦକୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ।  ସେହିପରି ଏମପିସି  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରୁ ୬୩ ଜଣ ପ୍ରଥମ ଶ୍ରେଣୀ, ୩୦ ଜଣ ଦ୍ୱିତୀୟ ଶ୍ରେଣୀ, ୫୦ ଜଣ ତୃତୀୟ ଶ୍ରେଣୀ ଏବଂ ଜଣେ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମହାବିଦ୍ୟାଳରୁ ୮୬. ୭୪ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାର ଜଣାପଡ଼ିଛି । 

 

Leave A Reply

Your email address will not be published.