ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡା ଜିଲ୍ଲାର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା। ୮ ପୋଲିସ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ କରି ସାନିଟାଇଜ କଲା ଜିଲ୍ଲା ପ୍ରଶାସନ। ବଡ଼ମାଲ ଥାନାରେ ଜଣେ ସବ ଇନସ୍ପେକ୍ଟର, ଜଣେ କନେଷ୍ଟବଳ, 3 ଜଣ ଗୃହରକ୍ଷୀ 5 ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଥାନାକୁ ସିଲ କରି ଦିଆଯାଇଛି । ଥାନା ଆଇଆଇସି ଙ୍କ ସମେତ 35 ଜଣ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ବଡମାଲ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ବୁଝିବା ପାଇଁ ଥାନା ବାହାରେ ହେଲ୍ପ ଡେସ୍କ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।ସେହିପରି ବ୍ରଜରାଜନଗର ଆରପିଏଫ ଥାନାର ଇନଚାର୍ଯ୍ୟଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥାନାକୁ ସିଲ କରାଯାଇଛି।
Sign in
Sign in
Recover your password.
A password will be e-mailed to you.