ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏବେ ବୁଲା ଗୋରୁଙ୍କ ଗୁହାଳ ପାଲଟିଛି। ସନ୍ଧ୍ୟା ହେଲେ ସହର ଛକ ର ବିଭିନ୍ନ ଜାଗାମାନଙ୍କରେ ଏମାନେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ରାତି ସାରା ରାଜରାସ୍ତା ଉପରେ ଶୋଇ ରହୁଛନ୍ତି। ଫଳରେ ଏମାନଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜବୀନ ମଧ୍ୟ ହାନି ହେଉଛି। ସୂଚନା ମୁତାବକ ଯେ, ଏହି ରାଜପଥ ଦେଇ ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ! କଟକ, ଭୁବନେଶ୍ବର ସମେତ ପୂର୍ବ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ଏହା ଏକ ପ୍ରମୁଖ ରାଜପଥ ହୋଇଥିବାରୁ ସବୁ ବେଳେ ଗାଡ଼ିମଟର ଭିଡ଼ ଲାଗିଥାଏ। ମାତ୍ର ଗୋରୁ ଗାଈ ଙ୍କ ଦ୍ବାରା ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନଥିବା ଅସୁବିଧା ହେଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତି। ଅନେକ ଥର ଏବାବଦରେ ପ୍ରଶାସନ ପାଖରେ ଜଣାଇବା ସତ୍ତ୍ବେ ମଧ୍ୟ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଘଉଡ଼ାଇବାକୁ କିମ୍ବା ଏମାନଙ୍କ ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏନ୍ଏସି ର କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ରେଢାଖୋଲ ସହର ବାସୀ ଦାବି କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.