ବର୍ଷା କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କୁ ଯୁବ ସମାଜସେବୀ ଓ ଖିଦମଦ୍ କମିଟିର ସହାୟତା

0

ଝାରସୁଗୁଡ଼ା:(ସୁଭାଷ ସହାରେ) ଗତ ଲଗାଣ ବର୍ଷାରେ ଝାରସୁଗୁଡ଼ା ମଙ୍ଗଲବଜାରର ୧୫ ଟି ପରିବାରର ଘର ଗୁଡ଼ିକ ଅତି ଶୋଚନୀୟ ଅବସ୍ଥାର ଶୀକାର ହୋଇଥିଲା। ଛାତରୁ ପାଣି ଗଳିବା ସହ କିଛି ଘରର କାନ୍ଥ ଧରି ଯାଇଥିବାରୁ ଅତ୍ୟନ୍ତ ଶୋଚନୀୟ ପରିସ୍ଥିତିରେ ଏହି ପରିବାରଗୁଡ଼ିକ ରହୁଥିଲେ। ଏସବୁ ବିଷୟରେ ପରିବାରଗୁଡ଼ିକ ସ୍ଥାନୀୟ ସାମାଜିକ ସଂଗଠନ ଖିଦମତ୍ କମିଟିକୁ ଅବଗତ କରିଥିଲେ।ଖିଦମତ୍ କମିଟିର ସଦସ୍ୟମାନେ ଏ ବିଷୟରେ ସ୍ଥାନୀୟ ସମାଜସେବୀ ଶ୍ରୀ ପିଣ୍ଟୁ ପାଢ଼ୀଙ୍କୁ ଜଣାଇଥିଲେ। ଶ୍ରୀ ପାଢ଼ୀ ଓ କମିଟିର  ସଭ୍ୟ  ଏହାପରେ ଆର ଆଇ ମହୋଦୟଙ୍କୁ ଯୋଗାଯୋଗ କରିବାରୁ ଆର ଆଇ ସମସ୍ତ ପରିବାରକୁ ତୁରନ୍ତ ପଲିଥିନ୍ ଯୋଗାଇ ଦେଇଥିଲେ। ସେମାନଙ୍କ ଏହି ସହାୟତା ପାଇଁ ଟାଟା ଗଲି ପରିବାରମାନେ ଶ୍ରୀ ପାଢ଼ୀ ଓ ଖିଦମତ୍ କମିଟିର ସଭ୍ୟ ମହମ୍ମଦ ନାସିର,ମହମ୍ମଦ କଲିମ,ସୁଲତାନ,ଜ୍ୟୋତି ମହାନନ୍ଦ ପ୍ରଭୃତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅସହାୟ ପରିବାରମାନଙ୍କୁ କିପରି ସ୍ଥାୟୀ ଘରର ବନ୍ଦୋବସ୍ତ କରାଯାଇ ପାରିବ ସେ ବିଷୟରେ ମଧ୍ୟ ଆଗାମୀ ଦିନରେ ସରକାର ବ୍ୟବସ୍ଥା କରିବା ଉଚିତ୍ ବୋଲି ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.