ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା। ଜିଲ୍ଲା ବିଜେପି ପକ୍ଷରୁ ଗ୍ରୁହମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ବିଶ୍ଵ ସହ ଦେଶସାରା କୋଭିଡ 19 କୋରୋନା ସଂକ୍ରମଣ ମହାମାରୀ ରୂପ ଧାରଣ କରିଥିବା ବେଳେ ବିଗତ କିଛି ଦିନ ପୂର୍ବେ ଗ୍ରୁହମନ୍ତ୍ରି ଅମିତ ଶାହ କୋରୋନା ସଂକ୍ରମଣ ରେ ସଂକ୍ରମିତ ହୋଇଥିବା ଖବର ସମସ୍ତ ଦେଶବାସୀ ଙ୍କୁ ଆଘାତ ପହଞ୍ଚାଇଥିଲା। ଏପରି ବିଷମ ପରିସ୍ଥିତି ସମୟରେ ଗୃହମନ୍ତ୍ରୀ ଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଝାରସୁଗୁଡ଼ା ବିଜେପି କାର୍ଯ୍ୟକର୍ତ୍ତା ମାନେ ଝଣ୍ଡାଛକ ସ୍ଥିତ ହନୁମାନ ମନ୍ଦିର ରେ ଦୀପଜାଳି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିମଳେନ୍ଦୁ ଭୋଲ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ପୁରୁଷୋତ୍ତମ ଥିରାନି, ଅଶୋକ କେଡିଆ, ବିକାଶ ନାନକାନୀ, ଗୁଡ୍ଡୁ ମୋଦି, ରାଜା ସିଂ, ରବିନ୍ଦ୍ର ଜେନା ଙ୍କ ସହ ଅନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post