ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଟପିଲା ୧୮  ଲକ୍ଷ, ମୃତ୍ୟୁ ଟପିଲା ୩୮ହଜାର 

0

ପରୀକ୍ଷା ପାର କଲା ୨ କୋଟି, ଗତକାଲି ପରୀକ୍ଷା ସଂଖ୍ୟା ବହୁତ  କମିଲା 

୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨  ହଜାରରୁ ଅଧିକ 

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୯୭୨  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୭୭୧  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୮,୦୩,୬୯୬  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୭୯,୩୫୭   ଜଣ | ଏ ଯାବତ ଦେଶରେ ୧୧,୮୬,୨୦୩   ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୮,୧୩୫  ରେ ପହଂଚିଛି | 

 ତଥ୍ୟ ଅନୁଯାୟୀ , ରାଜ୍ୟରେ ୨କୋଟି ପାର କଲା ନମୁନା ପରୀକ୍ଷା |  ଗତକାଲି ଅର୍ଥାତ ୩୧  ତାରିଖରେ ସାରା ଦେଶରେ ୩,୮୧,୦୨୭  ନମୁନା ପରୀକ୍ଷା  ହୋଇଛି |  ଏ ଯାବତ ସାରା ଦେଶରେ ୨,୦୨,୦୨,୮୫୮ ନମୁନା ପରୀକ୍ଷା ହେଲାଣି | 

Leave A Reply

Your email address will not be published.