ଲୋକଙ୍କ ପାଇଁ ଯୋଉ ନିୟମ ଆମ ପୁଲିସ ବାବୁଙ୍କ ପାଇଁ ସେଇଆ ତ !!

0

ପୋଲିସ କର୍ମଚାରୀ ସହ ଖେଳ ଖେଳି ନିୟମ ଉଲ୍ଲଂଘନ କଲେ ତଣ୍ଡ ଗଣିବେ ତ ?

ଝାରସୁଗୁଡ଼ା/ ସୁବାଷ ସାହାରେ :  ଝାରସୁଗୁଡ଼ାରେ  ଶନିବାର ଓ ରବିବାର ସଟଡାଉନ ଘୋଷଣା ହେଇଥିବା ବେଳେ  କାଲି ବିଟିଏମ୍ ପଡ଼ିଆରେ ଯେଉଁ ଜାଗାରେ ଗତ ଦିନ ଏକ ଅଚିହ୍ନା  ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିଲା । ଆଜି ସେହି ସ୍ଥାନରେ ସଡ ଡାଉନ ସମୟରେ  କ୍ରିକେଟ  ଖେଳ ଚାଲୁଥିଲା । ପାଖା ପାଖି ଦଶରୁ ଅଧିକ ବ୍ୟକ୍ତି ଥିଲେ। ସବୁଠାରୁ ବଡ କଥା ଯେ ଜିଲ୍ଲାର ପୋଲିସ ମୁଖ୍ୟଳାୟର ଜଣେ ଜଣାଶୁଣା ପୋଲିସ କର୍ମଚାରୀ ମଧ୍ୟ ଖେଳୁଥିବାର ଦେଖୁବାକୁ ମିଳିଥିଲା। ପରେ କୌଣସି ସୂତ୍ରରୁ ଖବର ପାଇ ପୌରନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନ , ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ ଓ ପୋଲିସ ପ୍ରଶାସନ ଏହି ପଡିଆ କୁ ଆସି ଛତ୍ରଭଙ୍ଗ କରିଥିଲେ ଓ ବେଟ,ଗ୍ଲୋବସ, ପେଡ ଖେଳ ସାମଗ୍ରୀ ଜବତ କରିଥିଲେ  ଓ ଛିଡା ହୋଇଥିବା ଦୁଇଚାକିଆ ଯାନର ପମ୍ପ ଖୋଲିଦେଇଥିଲେ ।

ପୋଲିସ କର୍ମଚାରୀ ଖେଳୁଥିବା ବ୍ୟକ୍ତି ଜନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ଲୋକେ ପ୍ରଶାସନ କୁ  ଅନେଇ ବସିଥିବା ଦେଖିବାକୁ ମିଳିଛ । ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ମଧ୍ୟରେ କେହି ଜଣେ ହେଲେ ମାସ୍କ ପିନ୍ଧି ନ ଥିଲେ ଏବଂ କଟକଣା ସମୟରେ ଖେଳ ଉଭୟ କୋବିଡ଼ ୧୯ ନିୟମ ଅନୁଯାୟୀ ଆଇନ ୧୮୮ କୁ ଭଙ୍ଗ କରୁଥିବାର ସ୍ପଷ୍ଟ ହୋଇଛି ଏ ଦିଗରେ କେଉଁ ମାମଲା ରୁଜୁ ହେବ ଓ କେତେ ଜଣ ଙ୍କ ବିରୁଦ୍ଧ ରେ ଫାଇନ ନିଆଯିବ ତାହା ଜିଲ୍ଲା ପ୍ରଶାସନ ତରଫରୁ କିଛି ସୂଚନା ଦିଆଯାଇ ନାହିଁ ବେଳେ ଏହି ଘଟଣା କୁ ନେଇ ବହୁ ଜନସାଧାରଣ ପ୍ରତିକ୍ରିୟାସିଲ ହେଉଥିବା ଦେଖିବାକୁ ମିଳିଛି ।ଗତ କିଛି ଦିନ ତଳେ ଝାରସୁଗୁଡ଼ା ବିଧାୟକ ଝିଅ ସୁଶ୍ରୀ ଦୀପାଲି ଦାସ ଡିଆରଡିଏ ହଲ ରେ ସଭା ଆୟୋଜନ କରି ତାଙ୍କ ବିରୁଦ୍ଧ ରେ ଆଇନ ଅନୁଯାଇ ମାମଲା ରୁଜୁ କରାଯାଇଥିଲା ହେଲେ ନିଜେ ଜଣେ ପୋଲିସ କର୍ମଚାରୀ ଏପରି ଖେଳ ପଡିଆ ରେ ସଟ ଡାଉନ ସମୟରେ ଖେଳିବା ନିୟମ ଉଲ୍ଲଙ୍ଘନ କରିଥିବା ଉଦାହରଣ ସ୍ୱରୂପ ପାଲଟିଛି ହେଲେ ଆଇନ ତା ବାଟରେ ଯିବ ନା ଧର୍ମ କୁ ଆଖି ଠାର ନୀତି ଚାଲିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.