ପ୍ରେମୀଯୁଗଳଙ୍କ ଅତ୍ମହତ୍ୟା । On May 13, 2018 18 Share ସୋହେଲା-ବରଗଡ଼ ଜିଲା ସୋହେଲା ଥାନା ସୀମାନ୍ତ ଗ୍ରିଂଜେଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛରେ ଫାଶୀ ଲଗାଇ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଗ୍ରିଂଜେଲ ଗ୍ରାମର ଗଣେଶ ସେଠ୍(୨୦) ଜଣେ ଟ୍ରାକ୍ଟର ଚାଳକ ଭାବେ ପରିବାର ପୋଷଣ କରୁଥିଲେ। ତାଙ୍କର ମେହରପଡ଼ାର ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉକ୍ତ ମହିଳାଙ୍କ ଗୋଟିଏ ୪ ବର୍ଷର ପୁଅ ଏବଂ ଗୋଟିଏ ୨ ବର୍ଷର ଝିଅ ଅଛନ୍ତି। ତେବେ ଶନିବାର ମହିଳା ଜଣଙ୍କ ଘରେ ନ ଥିବାରୁ ପରିବାର ଲୋକେ ସୋହେଲା ଥାନାକୁ ଆସି ରିପୋର୍ଟ କରିଥିଲେ। ପୋଲିସ ଏନେଇ ଏକ ନିଖୋଜ ରିପୋର୍ଟ ଦାୟର କରିଥିଲା। ରବିବାର ସକାଳେ ଗ୍ରାମଠାରୁ ୨ କି.ମି. ଦୂର କେନ୍ଦମୁଣ୍ଡି ରାସ୍ତାରେ ଥିବା ଏକ ମହୁଲ ଗଛରେ ପିନ୍ଧା ଶାଢ଼ୀରେ ଫାଶୀ ଲଗାଇ ଉଭୟ ଗଣେଶ ଏବଂ ମହିଳା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। 18 Share FacebookTwitterGoogle+ReddItWhatsAppPinterestEmail