କିଏ ନକଲା ନାହିଁ, ଆଗେଇ ଆସିଲା ସହିଦ ଭଗତ ସିଂ ଯୁବକ ସଂଘ

0

ଆରମ୍ଭ କଲା  ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସଫେଇ

13-05-18-jaj-w.jpg - 94.63 kB

ବ୍ୟାସନଗର(ବିଶ୍ୱଜିତ ମାଝି)  : ବ୍ୟାସନଗର ପୌରପରିଷଦ ପକ୍ଷରୁ ବିଭିନ୍ନ ଛକରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା  କରାଯାଇଛି । ମାତ୍ର ଏସବୁ ପ୍ରତିମୂର୍ତ୍ତିଗୁଡ଼ିକର ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଅନେକ ଭାଙ୍ଗିରୁଜି ଯିବାକୁ ବସିଥିବାବେଳେ ଆଉ କେତେକ ପ୍ରତିମୂର୍ତ୍ତି ଅପରିଷ୍କାର ହୋଇପଡ଼ିରହିଛି । କେବଳ ମହାପୁରୁଷମାନଙ୍କର ଜନ୍ମୋତ୍ସବ ଏବଂ ଶ୍ରାଦ୍ଧବାର୍ଷିକୀରେ ବିଭିନ୍ନ ଅନୁଷ୍ଠାନ ରାଜନେତା ଏବଂ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରତିମୂର୍ତ୍ତିରେ ଫୁଳମାଳଟିଏ ପକାଯାଇ କାର୍ଯ୍ୟ ସାରି ଦିଆଯାଉଛି । ଏଥିପ୍ରତି ନାଁ ଅଛି ଜିଲ୍ଲା ପ୍ରଶାସନର ନଜର ନାଁ ଅଛି ପୌର କର୍ତ୍ତୃପକ୍ଷଙ୍କର । ଏସବୁ ପ୍ରତିମୂର୍ତ୍ତିର ସୁରକ୍ଷା ଏବଂ ସ୍ୱଚ୍ଛ ରଖିବାକୁ ସ୍ଥାନୀୟ ସହିଦ୍ ଭଗତ ସିଂ ଯୁବକ ସଂଘର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାରଠାରୁ ବିଭିନ୍ନ ଛକସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବଂ ଏହାର ପରିସରକୁ ସହିଦ୍ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସଫେଇ କରାଯାଇଛି । ବ୍ୟାସନଗର ଗେଟ୍ଛକସ୍ଥିତ ପାନ୍ଥଶାଳା ନିକଟରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସହିଦ୍ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ ଧୀର୍, ରମେଶ ବିଶ୍ୱାଳ, ଚନ୍ଦ୍ରମଣି ସାମଲ, ଉପେନ୍ଦ୍ର ନାଥ ମହାନ୍ତି, ୟୁନାଇଟେଡ୍ ପ୍ରେସ୍କ୍ଲବର ସଭାପତି ତଥା ସାମ୍ବାଦିକ ଜୟଶଙ୍କର ଦାଶ, ବିଶ୍ୱଜିତ୍ ମାଝି, ଅକ୍ଷୟ ନାୟକ, ବିଜୟ ଜେନା, ସନ୍ତୋଷ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

 

Leave A Reply

Your email address will not be published.