ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସମସ୍ୟା ନେଇ ଓଡିଆ ଜାଗରଣ ମଞ୍ଚର ଦାବିପତ୍ର 

0

 

ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଜିଲ୍ଲାରେ ଓଡିଆ ଭାଷା- ସାହିତ୍ୟ, କଳା –ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ୨୦୦୫ ମସିହା ଠାରୁ କାର୍ଯ୍ୟକରି ଆସୁଥିବା ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ଆଜି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ବାରିପଦାଠାରେ ଓଡିଆ ଭାଷା ସାହିତ୍ୟ ବିଭାଗକୁ ସେଲ୍ଫ ଫାଇନାନ୍ସ ମୋଡରେ ରଖାଯାଇ ବିଶ୍ୱ ବିଦ୍ୟାଳୟର ୨ୟ କ୍ୟାମ୍ପସ କେନ୍ଦୁଝର ଠାରେ ଓଡିଆ ଭାଷା ବିବାଗକୁ ନିୟମିତ କରାଯାଇଥିବାରୁ ଏହା ମୟୂରଭଞ୍ଜ ମାଟି ପ୍ରତି ଲଜ୍ଜ୍ୟା ଓ ପରିତାପର ବିଷୟ ବୋଲି ଅଭିହିତ କରିବା ସହିତ  ବିଶ୍ୱ ବିଦ୍ୟାଳୟର ୨ୟ କ୍ୟାମ୍ପସ କେବଳ ବିଶ୍ୱ ବିଦ୍ୟାଳୟର ପ୍ରସାଶନିକ ପରିଚାଳନା କାମ କରିବା କଥା ମାତ୍ର ୨ୟ କ୍ୟାମ୍ପସ ଖୋଲା ଯିବାର ଅଳ୍ପ ଦିନ ମଧ୍ୟରେ ସେଠାରେ ବହୁ ବିଷୟକୁ ନିୟମିତ କରାଯିବା ସହ ସେଠାରେ ମିଳୁଥିବା ସୁବିଧା ସୁଯୋଗ ବର୍ତ୍ତମାନ ମୁଖ୍ୟ କ୍ୟାମ୍ପସରେ ନ ମିଳିବା ସରକାରଙ୍କ ମୟୂରଭଞ୍ଜ ଜିଲ୍ଲାପ୍ରତି ବୈମାତୃକ ମନୋଭାବ ବୋଲି ଦର୍ଶାଇ ବିଶ୍ୱ ବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ ଓଡିଆ ଭାଷା ସାହିତ୍ୟ ବିଭାଗକୁ ନିୟମିତ କରାଯିବା ସହ ବିଶ୍ୱ ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟିଦେବା ଦାବୀରେ ଓଡିଶାର ମହାମାନ୍ୟ ରାଜ୍ୟପାଳ ତଥା କୁଳାଧିପତି, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ବିଶ୍ୱ ବିଦ୍ୟାଳୟର କୁଳପତି ତଥା ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ  ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କୁ ମଂଚ ପକ୍ଷରୁ ପ୍ରତିଷ୍ଠାତା  ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଉପଦେଷ୍ଟା ବରିଷ୍ଠ  ଆଇନଜିବୀ ଶ୍ରୀନିବାସ ପ୍ରଧାନ, ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି, ମଂଚର ସମ୍ପାଦକ ଦୀପକ କୁମାର ନାୟକ, ସଦଶ୍ୟ ଉଦୟନାଥ ଜେନା, ଜ୍ଞାନରଞ୍ଜନ ତ୍ରିପାଠୀ, ଲିଙ୍ଗରାଜ ମିଶ୍ର, ଆର୍ଯ୍ୟଭଟ୍ଟ ମହାନ୍ତି, ପ୍ରଦୀପ କୁମାର ସାମଲ ପ୍ରମୁଖଙ୍କୁ ନେଇ ଗଠିତ ଏକ ପ୍ରତିନିଧିଦଳ ସାକ୍ଷାତ କରି ଶତାଧିକ ସଦସ୍ୟଙ୍କ ସ୍ୱାକ୍ଷର ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.