ଯାଜପୁର ଅତିରିକ୍ତ ଜିଲାପାଳ ଦାୟିତ୍ୱ ହସ୍ତାନ୍ତର କଲେ 

0

 

ଯାଜପୁର(JAYASHANKAR dASH)  ଯାଜପୁର ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳଙ୍କୁ ବୁଧବାର ଦିନ ସର୍କିଟ ହାଉସ୍ ଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସମ୍ବର୍ଦ୍ଧନା ସଭାରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲାପାଳ  ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣୀ ନାୟକ, ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଶ୍ରୀ ଭୋଳଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲାପାଳ ଶ୍ରୀ ଦାସ ଅତିରିକ୍ତ ଜିଲାପାଳ ଭାବେ ଶ୍ରୀ ଭୋଳଙ୍କ କାର୍ଯ୍ୟଧାରା ବେଶ ସକରାତ୍ମକ ବୋଲି ମତଦେଇ ପରବର୍ତି ନିଯୁକ୍ତି ତାଙ୍କ ପାଇଁ ଶୁଭଙ୍କର ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ପ୍ରତ୍ୟୁତରରେ  ଶ୍ରୀ ଭୋଳ କମ୍ ସମୟପାଇଁ ହେଲେ ମଧ୍ୟ ଯାଜପୁର ଅତିରିକ୍ତ ଜିଲାପାଳ ଭାବେ ତାଙ୍କର କାର୍ଯ୍ୟ ତାଙ୍କୁ ଆତ୍ମ ସନ୍ତୋଷ ଦେଇଛି ବୋଲି ସୂଚନା ଦେଇ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶ୍ରୀ ଭୋଳ କଳିଙ୍ଗନଗର ଅତିରିକ୍ତ  ଜିଲାପାଳ ଶ୍ର ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ବିଦାୟ ସମ୍ବର୍ଦ୍ଧନାରେ ସମସ୍ତ ତହସିଲଦାର, ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ଭୋଳଙ୍କର ବଦଳି ମୟୁରଭଞ୍ଜ ଅତିରିକ୍ତ ଜିଲପାଳ ଭାବେ ହୋଇଛି

 

Leave A Reply

Your email address will not be published.