ସମ୍ବଲପୁର ଜିଲ୍ଲା ସଟଡାଉନ

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜିଲ୍ଲା ରେ ମହାମାରି କରୋନା ସଂକ୍ରମଣ କୁ  ନିୟନ୍ତ୍ରଣ  କରିବା ପାଇଁ ଆଜି ସମଗ୍ର ସମ୍ବଲପୁର ଜିଲ୍ଲା କୁ ସଟଡାଉନ କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ସଟଡାଉନ କୁ ଆଜି ଜିଲ୍ଲାରେ କଡାକଡି ଭାବରେ ପାଲନ କରାଯାଇଥିଲା । ବିଗତ ଦୁଇଦିନ ହେବ ଜିଲ୍ଲାରେ କରୋନା ପଜିଟିଭ  ଙ୍କ ସଂଖ୍ୟା ବଡିଥିବା ବେଲେ    ସ୍ଥାନୀୟ ଅଞ୍ଚଳରୁ ମଧ୍ୟ କରୋନା  ପଜିଟିଭ ଆକ୍ରାନ୍ତ  ଚିହ୍ନଟ ହୋଇଥିଲା । ତେବେ ଏନେଇ ଜିଲ୍ଲା ପ୍ରସାସନ ତରଫରୁ ସଂକ୍ରମଣ କୁ ରୋକିବା ପାଇଁ ସଂପୂର୍ଣ୍ଣ ଜିଲ୍ଲା କୁ ସଟଡାଉନ କରାଯାଇଥିଲା । ଜିଲ୍ଲାରେ କେବଲ ମେଡିସିନ ଦୋକାନ, ପେଟ୍ରୋଲପମ୍ପ  ସମେତ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଅନ୍ୟ ସବୁ କ୍ଷେତ୍ର ପାଇଁ କଟକଣା ଲାଗୁ କରାଯାଇଛି । ସଟଡାଉନ ପରିପେକ୍ଷିରେ ସମ୍ବଲପୁର ସହରର ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଲେ ସହରର ଜିଲ୍ଲା ପୋଲିସ ପକ୍ଷରୁ  ଅଇଁଠାପାଲି ଛକ,ଲକ୍ଷ୍ମୀ ଟକିଜ ଛକ,ଜିଲ୍ଲା ସ୍କୁଲଛକ,ଜେଲଛକ,ଧନୁପାଲି ଛକ ସମେତ ସହରର ପ୍ରମୁଖ ସ୍ଥାନ ମାନଙ୍କ ରେ ଵ୍ୟାପକ ଯାଞ୍ଚ କରାଯାଇଥିଲା । ସେହିପରି  ଦିନକୁ   ଦିନ କରୋନା ଆକ୍ରାନ୍ତ  ବଡିବାରେ ଲାଗିଥିବା ବେଲେ ଏହାକୁ ଅଧିକ ଵ୍ୟାପିବାରୁ ରୋକିବା ପାଇଁ  ଆଜି  ରବିବାର ଦିନ  ସମଗ୍ର ସମ୍ବଲପୁର  ଜିଲ୍ଲା କୁ ସଟଡାଉନ କରିବା ପାଇଁ ଘୋଷଣା କରିଛି ସମ୍ବଲପୁର ଜିଲ୍ଲା ପ୍ରସାସନ ।ସେହିପରି ଜିଲ୍ଲାର ରେଡାଖୋଲ ଓ କୁଚିଣ୍ଡା ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମଧ୍ୟ ସଟଡାଉନ ପାଇଁ ଵ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜଣାପଡିଛି । ତେବେ ସଟଡାଉନ ସମୟରେ ନିୟମ ନମାନି ରାସ୍ତାରେ ବୁଲାବୁଲି କରୁଥିବା ଅମାନିଆ ଲୋକଙ୍କୁ ପୋଲିସ ପକ୍ଷରୁ ତାଗିଦ କରାଯିବା ସହ ଫାଇନ ମଧ୍ୟ ଆଦାୟ କରାଯାଇଥିଲା ।

 

Leave A Reply

Your email address will not be published.