୩ଟି ୱାର୍ଡ଼ର କିଛି ଭାଗ ଅଂଶକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷିତ 

0

ନୟାଗଡ଼ (ବିଶ୍ୱଜିତ ନାୟକ) : ନୟାଗଡ ଜିଲ୍ଲାରେ କାୟା ବିସ୍ତାର କରିଚାଲିଥିବା କରୋନାର ଭୟା ବହତାକୁ ନଜରରେ ରଖି ନୟାଗଡ଼ ସହରର ୩ଟି ୱାର୍ଡ଼ର କିଛି ଭାଗ ଅଂଶକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ପ୍ରବେଶ କରୁଥିବା ପ୍ରୀତିଟି ବାଟକୁ ମୁନସିପାଲଟି ପକ୍ଷରୁ ଅବରୋଧ କରାଯାଇଛି ଯେପରି କେହି ପ୍ରବେଶ କରିପାରିବେ ନାହିଁ ଏବଂ ବାହାରକୁ କେହି ଯାଇନପାରିବେ।ଏହି କଣ୍ଟେନ୍‌ମେଣ୍ଟ ଜୋନ୍ ଅଂଚଳରେ ସ୍ୱାସ୍ଥ୍ୟ ବିଭାଗର ଟିମ୍‌, ଆଶା କର୍ମୀ ଏବଂ ପୈାର ପରିଷଦର କର୍ମଚାରୀ ପହଂଚି ସ୍ଥିତି ପରଖିବା ସହ ତନାଘନା ଚଳାଇଛନ୍ତି । ପ୍ରତିଟି ଘର ଘର ବୁଲି ପ୍ରତି ପରିବାରକୁ ଭେଟି ଏହି ଟିମ କାହାର ସ୍ୱାସ୍ଥ୍ୟ କିପରି ରହିଛି ତାହା ଯାଞ୍ଚ କରିବା ସହ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଆଜି ୱାର୍ଡ ଅଫିସର କୁମାର ଚନ୍ଦ୍ର ମିଶ୍ର ,ଅଙ୍ଗନ ୱାଡି କର୍ମୀ ପ୍ରଭାସିନୀ ସାହୁ ଏବଂ ସ୍ୱଚ୍ଛ ସାଥି ସୁକାନ୍ତି ଲେଙ୍କା ଯଦୁମଣି ନଗର ଲେନ ୨ର ପ୍ରତିଟି ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ଭଧିୟ ଚିଠା ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.