ଶକ୍ତି କ୍ଷେତ୍ରରେ ବିନିଯୋଗ ପୁଞ୍ଜିର ସୁଧ ହାର ହ୍ରାସ ପାଇଁ ଓଡ଼ିଶାର ଦାବି

0

ଭୁବନେଶ୍ୱର(ଶାସକ ପ୍ରଶାସକ): ଶକ୍ତି କ୍ଷେତ୍ରରେ ବିନିଯୋଗ ପୁଞ୍ଜିର ସୁଧ ହାରକୁ ହ୍ରାସ କରିବାକୁ ଦେଶର ସମସ୍ତ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଭିଡ଼ିଓ କନ୍ଫରେନ୍ସରେ ଓଡ଼ିଶା ତା’ର ଦାବି ଉପସ୍ଥାପିତ କରିଛିା ଗତକାଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂଙ୍କ ଅଧ୍ୟକ୍ଷତାରେ ଏହି ଭିଡ଼ିଓ କନ୍ଫରେନ୍ସରେ ଶକ୍ତି କ୍ଷେତ୍ରରେ ରହିଥିବା ଅନେକ ସମସ୍ୟା ଉପରେ ଏଥିରେ ଆଲୋଚନା କରାଯାଇଥିଲାା ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ସଂପ୍ରତି କୋଭିଡ୍୧୯ଜନିତ ଅଚଳାବସ୍ଥା ଯୋଗୁଁ ବହୁ ମାତ୍ରାରେ କଳକାରଖାନା ବନ୍ଦ ହୋଇଯାଇଥିବା ପରିପ୍ରେକ୍ଷୀରେ ବିଦ୍ୟୁତ ବ୍ୟବହାର ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ହ୍ରାସ ପାଇଥିବା ଦର୍ଶାଇ ଏଥି ପାଇଁ ବିଦ୍ୟୁତ  ବିତରଣକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ ଦେୟ ଆଦାୟ କରିପାରୁ ନଥିବା ପ୍ରସଙ୍ଗ ଉଠାଇଥିଲୋ ଏପରି କ୍ଷେତ୍ରରେ ସେମାନଙ୍କ ସୁଧ ହାରରେ କୋହଳ ନକରାଗଲେ ତାହାର ବିଶେଷ ପ୍ରଭାବ ଶକ୍ତି କ୍ଷେତ୍ରରେ ଅନୁଭୂତ ହେବ ବୋଲି ସେ କହିଥିଲୋ ତେଣୁ ଏହାର ପରିମାଣକୁ ୯.୫%ରୁ ୬%କୁ ହ୍ରାସ କରବାକୁ ସେ ଦାବି କରିଥିଲୋ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ଉପଯୋଗ ଓ ଚାହିଦା ପ୍ରାୟତଃ ୨୫ ଶତକଡ଼ା କମି ଯାଇଛି ଏବଂ ଏହାର ପ୍ରଭାବ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ଯାଏଁ ରହିବ, ତେଣୁ ଏହି ଆର୍ଥିକ କ୍ଷତିର ଭର ଣା ପାଇଁ ରିହାତି ଦେବାର ଆବ ଶ୍ୟକତା ରହିଛି ବୋଲି ସେ କହିଥିଲୋ ବିଦ୍ୟୁତ  ଆକଫ-୨୦୦୩ର ସଂଶୋଧନବେଳେ ସରକାରଙ୍କ ସଂଘୀୟ ବ୍ୟବସ୍ଥା ମୁତାବକ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ସେ ମତ ରଖିଥିଲୋ ତେବେ କୋଣାର୍କ ଐତିହ୍ୟ ସହରରେ କରାଯାଇଥିବା ସୌରଶକ୍ତି ପ୍ରକଳ୍ପ ଯାହା କେନ୍ଦ୍ର ଓ ରାଜ୍ୟର ୫୦:୫୦ ଭାଗୀଦାରିତାରେ କାର୍ଯ୍ୟକାରୀ କରାଯାଇଛି ତାହା ଏକ ମଡେଲ୍ ଭାବେ ସମଗ୍ର ଦେଶ ପାଇଁ ଏକ ଉଦାହରଣ ବୋଲି ସେ ଖୁସି ବ୍ୟକ୍ତ କରିଥିଲୋ

ଜଳବିଦ୍ୟୁତ ଯୋଜନାଗୁଡ଼ିକ ପାଇଁ କେନ୍ଦ୍ର ତରଫରୁ ପରିବେଶ ମଞ୍ଜୁରି ବ୍ୟବସ୍ଥାର ସରଳୀକରଣ ପ୍ରକ୍ରିୟା ପାଇଁ ସେ ଉଚ୍ଚ ପ୍ରଶଂସା କରିଥିଲୋ ଏଥି ପାଇଁ ସେ କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜଭେଦକରଙ୍କୁ ଧନ୍ୟବାଦ ଜଣାଇଥିଲୋ ଏଥି ସହିତ ଶକ୍ତି କ୍ଷେତ୍ରରେ ଅଣାଯାଉଥିବା ସଂସ୍କାରର ସୁଫଳ ଯେପରି ଶିକ୍ଷା, ସୂଚନା, ଟେଲିମେଡିସିନ୍ ପରି ବ୍ୟବସ୍ଥାକୁ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ କରିବାରେ ସହାୟକ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲୋ ଏହା କେବଳ ଗୁଣାତ୍ମକ ଓ ସ୍ଥିର ବିଦ୍ୟୁତ  ବଣ୍ଟନ ଦ୍ୱାରା ସମ୍ଭବପର ହୋଇ ପାରିବ ବୋଲି ସେ ମତ ରଖିଥିଲୋ ଏହି କନ୍ଫରେନ୍ସରେ ଶକ୍ତି କ୍ଷେତ୍ରରେ ସଂସ୍କାର ସମେତ ବିଦ୍ୟୁତ ବଣ୍ଟନ, ବିଦ୍ୟୁତ  ନିୟମ ସଂଶୋଧନ, ଅକ୍ଷୟ ଶକ୍ତି, ସୋଲାର ବିଦ୍ୟୁତ  ଆଦି ବିଷୟରେ ଆଲୋଚନା ହୋଇଥିଲାା 

 

Leave A Reply

Your email address will not be published.