କଳଙ୍କିତ ଠିକାଦାର ମୁଣ୍ଡ ଉପରେ  କେଉଁ କଳଙ୍କିତ ନାୟକଙ୍କ ହାତ !

0

 

ପୂର୍ତ୍ତ ବିଭାଗ ନେଲା ଆଉ ଏକ ଜୀବନ,  ବମିଖାଲ ଓଭର ବ୍ରିଜ୍ରେ ଗଡ଼ିଲା ଦ୍ଵିତୀୟ ମୁଣ୍ଡ

ପୂର୍ତ୍ତ ବିଭାଗର ଧୂର୍ତ୍ତ ମୁଖିଆ ଉତର ଦେବେ କି ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବେ !!!!

03-05-18-bamikhal.jpg - 47.56 kB

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ସେଦିନ ଯେମିତି ସତ୍ୟବ୍ରତ ଭାବିନଥିଲେ ଯେ ଝିଆକୁ ଶେଷଥର ନାଚ କ୍ଲାସରୁ ଆଣୁଛନ୍ତି ବୋଲି, ସେମିତି ଶ୍ରମିକ ଭାବେ ରଡ଼ ବାନ୍ଧୁଥିବା ଅଜୟ ଭାବିନଥିଲେ ସେ ଆଉ ନିଜ ପରିବାରବରଙ୍କୁ ଦେଖିପାରିବେନି ବୋଲି | ସେଇ ଅଭିଶପ୍ତ ଓଭର ବ୍ରିଜ ଏତେ ନିଷ୍ଠୁର ବୋଲି ବୁଝିବା ଆଗରୁ ଆଖିବୁଝିଛନ୍ତି ଗୁରୁବାର ରାତିରେ ସୁଦୂର ସୁନ୍ଦରଗଡ ରୁ ପେଟ ଚାଖଣ୍ଡକ ପାଇଁ ମଜୁରୀ ଖଟୁଥିବା ଅଜ୍ଞ |  ବର୍ଷେ ତଳେ ଗୋଟିଏ ଜୀବନ ନେଇ ଗୋଟିଏ ସଂସାର ଉଚ୍ଛତ୍ତ କରିଦେଇଥିବା ବମିଖାଲ ଓଭର ବ୍ରିଜ୍ ପୁଣି ନେଇଛି ଜୀବନ  । ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍ର ଲୁହା ରଡରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭ ିର୍ ହୋଇ ଚିକିତ୍ସିତ ହେଉଛନ୍ତି  । ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପତ୍ତ ହେବାରୁ ତାଙ୍କୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି  । ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଭୁମିଜ । ଆହତ ହୋଇ ଚିିକିତ୍ସିତ ହେଉଥିବା ଶ୍ରମିକଙ୍କ ନାମ ଆନନ୍ଦ ନାୟକ  । ଆମେ ଏହି ବ୍ରିଜ କାମ ନେଇଥିବା କଳଙ୍କିତ ତଥା ମୁନାଫାଖୋର ଠିକାଦାର ପଣ୍ଡା ଇନ୍ଫ୍ରା (ଯେକି କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷାକୁ ଗାଉନ ମନେ କଲା) ବିଷୟରେ ଉଲ୍ଲେଖ କରିଥିଲୁମ ଯେ ଗୋଟେ ମଣିଷମାରଆ କଲା ତାଲିକା ଭୁକ୍ତ ଠିକାଦାର ପଣ୍ଡା ଇନ୍ଫ୍ରା କେମିତି ପୁଣି ସେଇ କାମ କଲା | କେବଳ ସେଇ କାମ ନୁହେଁ ପୂର୍ତ୍ତ ବିଭାଗର ସବୁ ନୀତି ନିୟମକୁ ଉଲ୍ଲଙ୍ଘନ କରି, ବ୍ଲାକ ଲିଷ୍ଟ ହେବ ଘଟଣାକୁ ଚାପିକେମିତି ପୂର୍ତ୍ତ ସଚିବ , ସର୍ବୋଚ୍ଚ ଯନ୍ତ୍ରୀ , ମୁଖ୍ୟଯନ୍ତ୍ରୀ,  ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପଣ୍ଡା ଇନ୍ଫ୍ରା କୁ ଶହଶହ କୋଟି ତାଙ୍କର ପ୍ରକଳ୍ପ କାମ ପୁଣି କରିବାକୁ ଦେଲେ ?????

ଗୁରୁବାର ରାତି ପ୍ରାୟ ୯ଟା ବେଳେ ଘଟିଥିଲା ଏହି  ଅଘଟଣ । ଲୁହାଛଡ଼ ବନ୍ଧା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା  । ବ୍ରିଜର ଏକ ଲୁହା ରେଲିଂ ଖସି ପଡିବାରୁ ଏହା ତଳେ ·ପି ହୋଇ ରହିଥିଲେ ୨ ଶ୍ରମିକ । ଏହି ଅଘଟଣ ପରେ ଘଟଣାସ୍ଥଳରେ ଉେ ଜନା ଦେଖା ଦେଇଥିଲା  । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଅପେକ୍ଷା ନ କରି ଉଦ୍ଧାର କାଯର୍ୟରେ ଲାଗି ପଡିଥିଲେ  । ଏଠାରେ ୮ ଜଣ ଶ୍ରମିକ କାମ କରୁଥିବା ବେଳେ ୨ ଜଣ ଶ୍ରମିକ ଲୁହା ରଡରେ ·ପି ହୋଇ ରହିଯାଇଯାଇଥିଲେ  । ପ୍ରାୟ ୨୦ ମିନିଟ କାଳ ଫସି ରହିଥିଲେ ଏହି ଦୁଇ ଶ୍ରମିକ  । ଏହାପରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ୨ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ମଧ୍ୟ ଭୁଷୁଡି ପଡିଥିଲା ଭୁବନେଶ୍ୱରର ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍  ।  ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା ।  ତାଙ୍କ ଝିଅ ସହ ଅନ୍ୟ ୧୪ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ବ୍ରିଜ ନିର୍ମାଣ ଦାୟିତ୍ୱରେ  ଥିଲା ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡ ।  ଏଣେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହାସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା  । ଏହି ଘଟଣା ପାଇଁ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠା  ନିଆଯିବ ବୋଲି କୁହାଯାଇଥିଲା  । ଘଟଣାର ଦୀର୍ଘ ଦିନ ପରେ ମାମଲା କୋର୍ଟକୁ ଯାଇଥିଲା  । ଏହାର ଏମଡି  ଜେଲ୍ ଯାଇଥିବା ବେଳେ ଏହି କମ୍ପାନୀକୁ ବ୍ଲାକ ଲିଷ୍ଟେଡ କରାଯାଇଥିଲା  । ବ୍ଲାକ୍ଲିଷ୍ଟେଡ ସଂସ୍ଥା ପୁଣି କାମ ଆରମ୍ଭ କରିବା ନେଇ ଲୋକଙ୍କ ଭିତରେ ସନେ୍ଦହ ସୃଷ୍ଟିି ହୋଇଥିଲା । ଏହି ସଂସ୍ଥା ପକ୍ଷରୁ ନିମ୍ନମାନର କାଯର୍ୟ ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଆସୁଥିଲେ  ।ଗୁରୁବାର ଘଟିଥିବା ଏହି ଅଘଟଣ ପ୍ରତିବାଦରେ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଉେ ଜନା ପ୍ରକାଶ ପାଇଥିଲା । କଂଗ୍ରେସ ଓ ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ରାସ୍ତାରୋକୋ କରାଯାଇଥିଲା ।

ହେଲେ ଏହି କଲା ତାଲିକା ଭୁକ୍ତ କଳଙ୍କିତ ଠିକାଦାର ପଛରେ କିଏ ସେଇ କଳଙ୍କିତ ନାୟକ, ଯାହାର ପ୍ରୋତ୍ସାହନରେ ପେଟି ଠିକାଦାରରୁ ମାତ୍ର ୬/୭ବର୍ଷ ଭିତରେ ସୁପର କ୍ଲାସ ଠିକାଦାର ହୋଇ ପ୍ରାୟ ୪୦୦ କୋଟିର କାମ ହାତେଇ ପାରିଲେ ? 

Leave A Reply

Your email address will not be published.