କୁଡ଼ୁମୀ ସେନା ଓଡ଼ିଶା ପକ୍ଷରୁ ଆସନ୍ତା ୭ ତାରିଖରେ ବନ୍ଦ ଡ଼ାକରା

0

୯ଟି ଜିଲ୍ଲାରେ ପାଳିତ ହେବ ୬ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର/ଚକ୍ରଧର ମାଝି :କୁଡ଼ୁମୀ ସେନା ପକ୍ଷରୁ  ଆସନ୍ତା ୭ ତାରିଖ ଦିନ ୬ଘଣ୍ଟିଆ ବନ୍ଦ ପାଳନ କରାଯିବ ଓ ଏହି ବନ୍ଦ ପାଳନ କେବଳ ରାଜ୍ୟରେ କୁଡ଼ୁମୀ ଜାତିର ଅଧିବାସୀ ମାନେ ରହୁଥିବା ୯ଗୋଟି ଜିଲ୍ଲାରେ ପାଳନ କରାଯିବ  ବୋଲି ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ କୁଡ଼ୁମି ସେନା ଓଡ଼ିଶା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି   ।

 ଏହି ସମ୍ମିଳନୀରେ ସେନାର ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଘୋଷଣା କରିଥିଲେ ଯେ କୁଡ଼ୁମୀ ସେନାର ବିଭିନ୍ନ ଦାବୀ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରଯାଇଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରିନଥିବାରୁ ବାଧ୍ୟ ହୋଇ କୁଡ଼ୁମୀ ସେନା ଓଡ଼ିଶା ବନ୍ଦ ଡାକରା ଦେଉଅଛି  । ଏହି ବନ୍ଦ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଘଣ୍ଟିକା ପର୍ଯ୍ୟନ୍ତ ଚାଲିବ  । କେବଳ ଅତ୍ୟାବଶ୍ୟକ ସେବା ଯଥା ଡ଼ାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିବ  । ସବୁ ଅଫିସ୍, ବ୍ୟାଙ୍କ, ବସ ଚଳାଚଳ ଗାଡ଼ି, ମଟର ଚଳାଚଳ, ଟ୍ରେନ୍ ବନ୍ଦ ରହିବ । ବିଶେଷ କରି ଏହି ବନ୍ଦ ପାଳନରେ ସାମିଲ ହେଉଥିବା ଜିଲ୍ଲା ଗୁଡ଼ିକ ହେଉଛି, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବାଲେଶ୍ୱର  ।

 ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ସହ ମୟୁରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦନ କୁମାର ମହାନ୍ତ, କୁଡ଼ୁମୀ ସେନାର ମୟୂରଭଞ୍ଜ ଜିଲ୍ଲା ଛାତ୍ର ସଭାପତି ମିହିର କୁମାର ମହାନ୍ତ ଏବଂ ଉପସଭାପତି ନିହାର ରଞ୍ଜନ ମହାନ୍ତ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.