ଗୋପାଳ ଜୀଉ ସେବା ସଂଗଠନ ପକ୍ଷରୁ ଜଳଛତ୍ର 

0

ବାଲେଶ୍ୱର : ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୋପାଲଜୀଉ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ମଣ୍ଡଳବଜାରସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଛିି । ବାଲେଶ୍ୱର ଟାଉନଥାନା ଆଇଆଇସି ସରୋଜିନୀ ନାୟକ ଏହାକୁ ଉଦ୍ଘାଟନ କରିବା ସହ ସଂଗଠନର ଉଦ୍ୟମକୁ ପ୍ରଶଂସା କରିଥିଲେ । ଜନବହୁଳ ମୋତିଗଞ ଏବଂ ମଣ୍ଡଳ ବଜାର ଅଂଚଳରେ ଏହି ଜଳଛତ୍ର ସାଧାରଣ ଲୋକଙ୍କ ତୃଷ୍ଣା ନିବାରଣରେ ବେଶ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ପୌର ଉପାଧ୍ୟକ୍ଷା ରଶ୍ମିରେଖା ଦେବ ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ବର୍ଷତମାମ ବିଭିନ୍ନ ଗଠନମୁଳକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଗୋପାଳଜୀଉ ସେବା ସଂଗଠନ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ଗୋପାଲ ଆଚାର୍ଯ୍ୟ, ସମ୍ପାଦକ ରଜତ କୁମାର ମାଝୀ, ବିକ୍ରମଜିତ କର, ସୁରେଶ ମାଝୀ, ସୁରଜ ସେନାପତି, ପ୍ରଦୀପ କୁମାର ମାଝୀ, ଜୟସ୍ମିତା ପରିଡା, ସୁମିତ କୁମାର ମାଝୀ, ଭୀମ ପରିଡା, ମନୋଜ ମାଝୀ, ଲାଲମୋହନ ଜେନା, ପ୍ରଦୀପ କୁମାର ଦାସ, ସରୋଜ ମାଝୀ ପ୍ରମୁଖ ଜଳଛତ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମଣ୍ଡଳ ବଜାର ସ୍ଥିତ ବ୍ୟବସାୟୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ଏହି ଜଳଛତ୍ର କେନ୍ଦ୍ରରେ ପଥଚାରୀଙ୍କୁ ଥଣ୍ଡା ପାଣି, ଦହି ସରବତ ଏବଂ ଟଙ୍କ ତୋରାଣି ପ୍ରଭୃତି ପ୍ରଦାନ କରାଯାଇଥିଲା  । 

Leave A Reply

Your email address will not be published.